You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୧୨୧୯ କରୋନା ପଜିଟିଭ ଚିହ୍ନଟ ଏବଂ ୧୬ ମୃତ ।
୨. ଦୀପାବଳୀ ଧନତେରସ ପୂର୍ବରୁ ବଢ଼ିଲା ସୁନାଦର । ଗ୍ରାହକ ଅସନ୍ତୋଷ ।
୩. ହାଇକୋର୍ଟ ବାର ଆସୋସିଏସନ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ଆସନ୍ତା ଡିସେମ୍ବର ୧୨ ତାରିଖରେ ।
୪. କେନ୍ଦ୍ରର କୃଷି ଆଇନ ବିରୋଧରେ ରାଜ୍ୟ କଂଗ୍ରେସର ଆନ୍ଦୋଳନ । ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରୁ ବାହାରିଲା ଟ୍ରାକ୍ଟର ରାଲି ।

୫. କୋରାପୁଟ ଜିଲ୍ଲାରେ ଘଟିଛି ଅଘଟଣ । ସାମାନ୍ୟ ବଚସାକୁ ନେଇ ପତ୍ନୀକୁ ହତ୍ୟା କରିଛି ସ୍ୱାମୀ ।
୬. ପୁରୀ ବ୍ରହ୍ମଗିରିରେ ଭୁଜାଲି ଆକ୍ରମଣରେ ଜଣେ ମହିଳାଙ୍କ ସମେତ ପରିବାରର ୪ଗୁରୁତର ।
୭. ରାଜ୍ୟର ବରିଷ୍ଠ ସାମ୍ବାଦିକ ନିର୍ମଳେନ୍ଦୁ ପ୍ରକାଶ ପଟ୍ଟନାୟକଙ୍କ ନୟାଗଡ ବାସଭବନରେ ହୃଦଘାତରେ ପରଲୋକ ।
୮. କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରୁ ବିପୁଳ ପରିମାଣରେ ଦେଶି ମଦ ଓ ମହୁଲ ପୋଚ ଜବତ, ୩ ଗିରଫ ।
୯. ପାରଳାଖେମୁଣ୍ଡି ସ୍ଥିତ ଉପକାରାଗାରରେ ବିଚାରାଧିନ କଏଦୀ ମୃତ । ଗଞ୍ଜେଇ ଚୋରାଚାଲାଣ ମାମଲାରେ ଗିରଫ ହୋଇଥିଲେ ସେ ।

୧୦. ରାଜ୍ୟରେ ବଢ଼ୁଛି ଶୀତ । ଦକ୍ଷିଣ ପଶ୍ଚିମରେ ଅଧିକ ଥଣ୍ଡା ଅନୁଭୂତ । ଆସନ୍ତା ୨ ରୁ ୩ ଦିନରେ ୫ ଡିଗ୍ରୀ ତଳକୁ ଖସିପାରେ ପାରଦ ।

ଅନ୍ୟମାନଙ୍କୁ ଜଣାନ୍ତୁ।