You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୨,୬୦୨ କରୋନା ପଜିଟିଭ ଚିହ୍ନଟ ଏବଂ ୫୯ ମୃତ ।
୨ . ରଥଯାତ୍ରା ପାଇଁ ଆସନ୍ତା ୮ରୁ ୩ ହଜାର ସେବାୟତ ଓ ୧ ହଜାର କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ ।
୩ . ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜିଠାରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛି ଓଡ଼ିଶା କଂଗ୍ରେସ।
୪ . ଆଜି ଅପରାହ୍ନ ସାଢେ ୪ଟାରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ପ୍ରେସମିଟ, କରୋନା ସ୍ଥିତି ନେଇ ଦେଇପାରନ୍ତି ଗୁରୁତ୍ବପୂର୍ଣ୍ଣ ସୂଚନା ।
୫ . ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରାୟ ୧୦ ହଜାର ଶିକ୍ଷକ ପଦବୀ ପୂରଣ ହେବ, ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
୬ . ଆଗୁଆ ଆସିପାରେ ତୃତୀୟ ଲହର, ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୧୩% ଲୋକ ସଂକ୍ରମିତ ହୋଇପାରନ୍ତି : ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।
୭ . ଅନଲାଇନ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ଯୋଜନା,ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳରେ ଘରକୁ ଘର ବୁଲି ପାଠ ପଢାଇବେ ଶିକ୍ଷକ ।
୮ . କୋଭିଡ ସ୍ଥିତି ସମୀକ୍ଷା ପାଇଁ ଆଜି ପୁରୀରେ ପହଞ୍ଚିଛନ୍ତି କେନ୍ଦ୍ରୀୟ କୋଭିଡ୍ ଟିମ୍ ।
୯ . ଏମ୍ସରେ ଖୋଲିବ ଅଗ୍ନିଶମ ସେବା କେନ୍ଦ୍ର, ପ୍ରସ୍ତାବକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।
୧୦ .ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍‌ ବ୍ରାହ୍ମଣଛାଇ ଗାଁରେ ଗୋଷ୍ଠୀ ସଂଘର୍ଷରେ,୭ ଗୁରୁତର ଆହତ ।

ଅନ୍ୟମାନଙ୍କୁ ଜଣାନ୍ତୁ।