You are currently viewing ANS SUPERFAST 2@10

ANS SUPERFAST 2@10

୧ . ବାହୁଡା ଯାତ୍ରାରେ ବି ପୁରୀରେ କର୍ଫ୍ୟୁ ଜାରି, ସୋମବାର ରାତି ୮ରୁ କର୍ଫ୍ୟୁ ।
୨ . ଆଜି ରାଜ୍ୟରୁ ୨,୧୮୨ କରୋନା ପଜିଟିଭ ଚିହ୍ନଟ ଏବଂ ୬୭ ମୃତ ।
୩ . ଥରେ ସଂକ୍ରମିତ ପରେ ପୁଣି ସଂକ୍ରମିତ ହେଲେ ରୋଗୀ ଗୁରୁତର ହେଉଛନ୍ତି । ନଭେମ୍ବର ପର୍ଯ୍ୟନ୍ତ ଆମକୁ କୋଭିଡ କଟକଣା ରଖିବାକୁ ପଡ଼ିବ : ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।
୪ . ଗୋଟିଏ ଲହର ୩ରୁ ୪ ମାସ ରହୁଛି, ସଜାଗ ରହିବାକୁ ପଡ଼ିବ : ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।
୫ . ମିଶନ ଶକ୍ତି ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।
୬ . ଭଦ୍ରକରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ , ୪ ଗିରଫ ।
୭ . ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ମେଡିକାଲରେ ଭର୍ତ୍ତି, ପୋଲିସ ତଦନ୍ତ ଜାରି । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ପାରିଖେଦା ଗାଁରେ ।
୮ . ଭୁବନେଶ୍ବର ସାଲିଆସାହିରୁ ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ କଲା ନୟାପଲ୍ଲୀ ପୋଲିସ, ଅପରାଧୀଙ୍କଠାରୁ ବହୁ ମାରଣାସ୍ତ୍ର ଜବତ ।
୯ . ୨ ପିଲାଙ୍କୁ କୂଅକୁ ଠେଲି ମାଆ ଆତ୍ମହତ୍ୟା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ରାଇକିଆ ଥାନା ଅଞ୍ଚଳରେ ।
୧୦ .ବୌଦ୍ଧ ଝାରଖମଣ ଗାଁରେ ୨୫ କେଜି ସମ୍ବର ମାଂସ ଜବତ, ଜଣେ ଗିରଫ ।

ଅନ୍ୟମାନଙ୍କୁ ଜଣାନ୍ତୁ।