You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୭୨୦ କରୋନା ପଜିଟିଭ ଚିହ୍ନଟ ଏବଂ ୬୮ ମୃତ ।
୨ . ଆସନ୍ତା ୨୦ ରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ । ୨୦ ରୁ ସେପ୍ଟେମ୍ବର ୪ ତାରିଖ ଯାଏ ଅନଲାଇନ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।
୩ . ଭୁବନେଶ୍ବରରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ, ସନ୍ଧ୍ୟାରେ ଲୋକସେବା ଭବନରେ ଉଭୟ ଦଳର କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ।
୪ . ରାଜ୍ୟରେ ଅସମ୍ଭାଳ ଡେଙ୍ଗୁ ସ୍ଥିତି, ଏଯାଏ ୧୨୮୬ ଡେଙ୍ଗୁ ରୋଗୀ ଚିହ୍ନଟ ।
୫ . ନିଯୁକ୍ତି ପ୍ରକ୍ରିୟାରେ ଲାଞ୍ଚ କାରବାର ପ୍ରତିବାଦରେ ବିକ୍ଷୋଭ,ଓଏସ୍ଏସସି ଅଫିସ ଘେରିଲା ବିଜେପି ।
୬ . ୨୫୦ ଗ୍ରାମ ବ୍ରାଉନସୁଗାର ଜବତ କଲା କମିଶନରେଟ ପୋଲିସ, ୨ ଗିରଫ ।
୭ . ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍‌ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ପତ୍ନୀ ସୁଧାଂଶୁବାଳା ସାହୁଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ ।
୮ . ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ପଦ୍ମପୁର ଫରେଷ୍ଟର ସୁଶାନ୍ତ ଦାଶଙ୍କ ଘରେ ଭିଜିଲାନ୍ସର ଚଢ଼ାଉ,ବାସଭବନ ସମେତ ୨ଟି ସ୍ଥାନରେ ରେଡ ।
୯ . ଶ୍ବଶୁରଙ୍କୁ ହତ୍ୟା କରି ବୋହୂ ଫେରାର, ପାରିବାରି କଳହରୁ ହତ୍ୟା ସନ୍ଦେହ, ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ଘଟିଛି ।
୧୦ . ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଙ୍ଗ ଜାରି ।

ଅନ୍ୟମାନଙ୍କୁ ଜଣାନ୍ତୁ।