You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୮୪୯ ଜଣ କରୋନା ପଜିଟିଭ ଚିହ୍ନଟ ଏବଂ ୭ ମୃତ ।
୨ . ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ଦୁର୍ନୀତି ପ୍ରସଙ୍ଗରେ ଗୃହରେ ହୋ-ହାଲ୍ଲା, ୪ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ।
୩ . ଆଜି ପଟିଆ ଏବଂ ଭଗବାନପୁର ଠାରେ ଦୁଇଟି ଅତ୍ୟାଧୁନିକ “ମୋ ବସ୍” ଡିପୋ ଲୋକାର୍ପଣ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।
୪ .ଅନଲାଇନ୍ ପରୀକ୍ଷା ଦାବି, କୋର୍ସ ସେସନ ଡିଲେ ନ କରାଯିବା ଦାବି ନେଇ ଓୟୁଏଟି ଭିସି ଅଫିସକୁ ତାଲା ପକାଇଲେ ଭେଟେନାରୀ ସାଇନ୍ସ ଛାତ୍ରଛାତ୍ରୀ ।
୫ . କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ ଅଁରା ସ୍ଥିତ ଶ୍ରୀ ମେଟାଲିକ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ , ବିଶେଷ କିଛି କ୍ଷତି ହୋଇନଥିବା ସୂଚନା ।
୬ . ମରୁଡି ଯୋଗୁ ବିଷ ଖାଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଘୁନେଶ ପଞ୍ଚାୟତ କାଦବେଡା ଗାଁରେ ।
୭ . ACF ସୌମ୍ୟଙ୍କ ମୃତ୍ୟୁ ମାମଲାରେ ୨ ଦିନିଆ ତଦନ୍ତ ଶେଷ କରି ଫେରିଲା କ୍ରାଇମବ୍ରାଞ୍ଚ, ବିଦ୍ୟାଭାରତୀଙ୍କୁ ଜେରା ବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ।
୮ . କୃଷ୍ଣପ୍ରସାଦ ବ୍ଳକ ଝାରକଟା ଗାଁରେ ମାଛଧରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ, ୧୦ରୁ ଉର୍ଦ୍ଧ୍ବ ଗୁରୁତର।
୯ . ସୋର ଉପକାରାଗାରରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ଏନେଇ ସୋର ଥାନାରେ ଏତଲା ।
୧୦ .ଆସନ୍ତା ୬ ତାରିଖରେ ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ , ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ।

ଅନ୍ୟମାନଙ୍କୁ ଜଣାନ୍ତୁ।