You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୫୮୦ କରୋନା ପଜିଟିଭ ଚିହ୍ନଟ ଏବଂ ୪ ମୃତ ।
୨ . ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ବନ୍ଦ ରହିବ ଜଗା ଦର୍ଶନ। ସୁନିଆଁ ଓ ବାମନ ଜନ୍ମ ବିଶେଷ ନୀତି ପାଇଁ ଦର୍ଶନ ବନ୍ଦ ।
୩ . ମେଟାଲ ଡ଼ିଟେକ୍ଟର ଦ୍ୱାରା ଏମାର ମଠର ଯାଞ୍ଚ ପ୍ରକ୍ରିୟା ପୁଣି ଆରମ୍ଭ,ଜିଲ୍ଲାପାଳ, ଉପ-ଜିଲ୍ଲାପାଳ,ଦେବତ୍ତୋର ଅଧିକାରୀ ସମସ୍ତେ ଉପସ୍ଥିତ ।
୪ . ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ଚାନ୍ଦିପୁର ଡ଼ିଆରଡ଼ିଓ ତଥ୍ୟ ଲିକ୍ ମାମଲାରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ପ୍ରକ୍ରିୟା ଆରମ୍ଭ ।
୫ . ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ହାଇକୋର୍ଟରେ ଶୁଣାଣି ଶେଷ । ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ।
୬ . ବଢୁଛି ହୀରାକୁଦ ଜଳଭଣ୍ଡାର ଜଳ ସ୍ତର,ଏବେ ମୋଟ ୨୮ଟି ଗେଟ୍‌ ଦେଇ ନିଷ୍ପାସିତ ହେଉଛି ବନ୍ୟାଜଳ ।
୭ . ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ୪ଟି ଏନଡିଆରଏଫ ଟିମ୍ ନିୟୋଜିତ କରାଯାଇଛି । କଟକ, କେନ୍ଦ୍ରାପଡ଼ା, ପୁରୀ ଓ ଭଦ୍ରକ ଅଞ୍ଚଳରେ ଏନଡ଼ିଆରଏଫ୍ ଟିମ୍ ନିୟୋଜିତ ଥିବା ସୂଚନା ।
୮ . କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡାଳଗୁମା ଗ୍ରାମର ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି ।
୯ . ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅର୍ନ୍ତଗତ ଶିଆଡିମାଳ, ବନ୍ଧସାହି ଓ କୁମ୍ବାରସାହି ଗ୍ରାମରେ ଚୋରାମଦ ଭାଟିରେ ଚଢ଼ାଉ, ମୋଟ ୧୩ ହଜାର ୫୦୦ ଲିଟର ଗୁଡ଼ପୋଚ, ୨୦୦ଲିଟର ଦେଶୀମଦ ଜବତ, ଜଣେ ଗିରଫ ।
୧୦ .ନଦୀରେ ଭାସି ନିଖୋଜ ଥିବା ବାପ ପୁଅଙ୍କ ମୃତଦେହ
ଗଙ୍ଗାଧରପୁର କଜରାଇ ପରମାନନ୍ଦପୁର ସ୍କୁଲ ନିକଟ ବାଉଁଶ ବୁଦାରୁ ଉଦ୍ଧାର କଲେ ଗ୍ରାମବାସୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।