You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୫୩୯ କରୋନା ପଜିଟିଭ ଚିହ୍ନଟ ଏବଂ ୬ ମୃତ ।
୨ . ଆଜିଠାରୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୩ . କୋଭିଡ ସଂକ୍ରମଣ ଯୋଗୁଁ ଭୁବନେଶ୍ବର କୋର୍ଟ ପରିସର ୩ ଦିନ ପାଇଁ ସିଲ୍‌, ୨୬ ଯାଏ ପରିସର ସିଲ୍‌ କଲା BMC ।
୪ . ମହାନଦୀରେ ୯ ଘଣ୍ଟା ଧରି ଫସି ରହିଛି ହାତୀ । ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀଙ୍କ ଉଦ୍ୟମ ଜାରି ।
୫ . ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବା ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍, ସାମିଲ ଥିଲେ ୭ ଜଣ ସଦସ୍ୟ ।
୬ . ବାଲେଶ୍ବର ରାଜଘାଟରେ ବିପଦ ସଂକେତ ୧୦.୩୬ ମିଟର ଛୁଇଁଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର ।
୭ . ଦେବଗଡ଼ ରିଆମାଳ ଥାନା ଅଞ୍ଚଳରେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ , ଟିଉସନ ସାରି ଘରକୁ ଫେରୁଥିବା ବେଳେ ଅପହରଣ ।
୮ . ମୟୂରଭଞ୍ଜ ଶରତ ଥାନା ଲାବଣ୍ୟଦେଈପୁରରେ ୨ ପିଲାଙ୍କୁ ବିଷ ଦେବା ପରେ ବିଷ ପିଇ ମାଆର ଆତ୍ମହତ୍ୟା, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ ।
୯ . ଗଞ୍ଜାମ ଜରଡ଼ା ଥାନା ଭୀମପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼ରେ ୪ ଗୁରୁତର, ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।
୧୦ .ଏସଟିଏଫ୍ ପଞ୍ଝାରେ ପଡିଲେ ୨ ବନ୍ଧୁକ ବେପାରୀ। ସେମାନଙ୍କ ନିକଟରୁ ୮ଟି ହାତ ନିର୍ମିତ ବଡ଼ ବନ୍ଧୁକ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ ।

ଅନ୍ୟମାନଙ୍କୁ ଜଣାନ୍ତୁ।