You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୫୯୩ କରୋନା ପଜିଟିଭ ଚିହ୍ନଟ ଏବଂ ୪ ମୃତ ।
୨ . ଆଜି ପବିତ୍ର ମହାଳୟା ଅମାବାସ୍ୟା, ଆଜି ପିତୃପକ୍ଷଙ୍କୁ ଶ୍ରାଦ୍ଧ ଅର୍ପଣର ଶେଷ ଦିନ ।
୩ . ITR ଗୁପ୍ତତଥ୍ୟ ଲିକ୍‌ ମାମଲାରେ ବଡ ଖୁଲାସା, ୪ଟି ଫେସବୁକ୍‌ ଆକାଉଣ୍ଟର ରହସ୍ୟମୟୀ ମହିଳା ପାକିସ୍ତାନରୁ ଅପରେଟ କରୁଥିଲା, ପ୍ରକ୍ସି ଆଇପି ଜରିଆରେ ଲୋକେସନ ଲୁଚାଉଥିଲା ରହସ୍ୟମୟୀ ।
୪ . ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ ।
୫ . ଜଗତସିଂହପୁର ପାରାଦୀପ ଆଦର୍ଶ ଥାନା ଲକପଡ଼ାରେ ଖେଳୁଥିବା ବେଳେ ତାଳଦଣ୍ଡା କେନାଲରେ ପଡ଼ି ୨ ଶିଶୁ ମୃତ ।
୬ . କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ସରେଇ ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।
୭ . କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଞ୍ଚଳର ସିପ୍ତିଗୁଡା ଗାଁରେ ବାଘଛାଲ ଡିଲ୍ ଚାଲିଥିବା ବେଳେ ଚଢାଉ ଧରିଲା ଏସ୍‌ଟିଏଫ୍ ଟିମ୍,କଲରିପତରିଆ ବାଘଛାଲ ଜବତ, ଜଣେ ଗିରଫ ।
୮ . କଟକରୁ କଟକରୁ ପ୍ରାୟ ୨୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ ।
୯ .୧୨୩ ଲିଟରର ଦେଶୀ ମଦ ସହିତ ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ଜଳେଶ୍ୱର ଅବକାରୀ ବିଭାଗ ଓ ଜଳେଶ୍ୱର ପୋଲିସ, ୪ ଗିରଫ ।
୧୦ . ରାଜଧାନୀର ରାଜେନ୍ଦ୍ରବିହାର ଆପାର୍ଟମେଣ୍ଟରେ ଏକାଧିକ କରୋନା ପଜିଟିଭ ଚୀହ୍ନଟ ପରେ କଣ୍ଟେନମେଣ୍ଟ୍ ଘୋଷଣା କଲା ବିଏମସି ।

ଅନ୍ୟମାନଙ୍କୁ ଜଣାନ୍ତୁ।