You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୫୨୯ କରୋନା ପଜିଟିଭ ଚିହ୍ନଟ ଏବଂ ୬ ମୃତ ।
୨ . ଗଞ୍ଜାମ ମା’ ତାରାତାରିଣୀ ମନ୍ଦିରର ଦୀପଘରେ ଲାଗିଲା ନିଆଁ, କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ।
୩ . ଦୁର୍ଗାପୂଜାରେ ଭିଡକୁ ଧ୍ୟାନରେ ରଖି ମା’ ଶାରଳାଙ୍କ ପୀଠରେ ଆଜିଠୁ ତିନି ଦିନ ଯାଏ ୧୪୪ ଧାରା ଲାଗୁ ।
୪ . ଜାମିନ ଆବେଦନରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।
୫ . କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ,ଅଭିଯୁକ୍ତଙ୍କୁ ଧରିବା ଦାବିରେ ଗାନ୍ଧି ଛକରେ ବିଜେପି କର୍ମୀଙ୍କ ରାସ୍ତାରୋକ ।
୬ . କେନ୍ଦୁଝର ଜିଲ୍ଲା ପାଟଣା ଥାନା କପୁଣ୍ଡି ଗାଁ ନିକଟ ବୈତରଣୀ ନଦୀରେ ମାଛ ଧରିବାକୁ ଯାଇ ନଦୀରେ ଭାସି ଯୁବକ ମୃତ ।
୭ . ମାଲକାନଗିରି ମାଥିଲି ଥାନା ତୁଳସୀ ପାହାଡ଼ରେ ଗୁଳି ବିନିମୟ
ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଜଣ ନକ୍ସଲ ମୃତ ।
୮ . ବିହାର ଚାଲାଣବେଳେ ପଟିଗୁଡା ଗାଁ ନିକଟରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ ।
୯ . ନିଆଳି ବଗିଚାସାହି ବସ୍ତି ଛକ ଗ୍ୟାରେଜରୁ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।
୧୦ . ମୟୁରଭଞ୍ଜ ଜିଲ୍ଲା ଯଶୀପୁର ବସ୍‌ଷ୍ଟାଣ୍ଡ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ ।

ଅନ୍ୟମାନଙ୍କୁ ଜଣାନ୍ତୁ।