You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୩୫୮ କରୋନା ପଜିଟିଭ ଚିହ୍ନଟ ଏବଂ ୩ ମୃତ ।
୨ . ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ ମମ ଜନ୍ମ ଦିବସ, କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେନି ମୁଖ୍ୟମନ୍ତ୍ରୀ ।
୩ . ଆସନ୍ତା ନଭେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ, ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆଙ୍କ ସୂଚନା ।
୪ . ତୈଳଦର ବୃଦ୍ଧି ପାଉଥିବାରୁ ରାଜ୍ୟରେ ବଢ଼ିଲା ଯାତ୍ରାବାହୀ ବସ୍ ଭଡ଼ା, ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସା, ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୯୩ରୁ ୯୬ ପଇସା ବୃଦ୍ଧି ।
୫ . ଭୁବନେଶ୍ବରର ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲା: ହତ୍ୟା, ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ୩ ଜଣ ଗିରଫ ।
୬ . କାମାକ୍ଷାନଗର ସହରରେ ଥିବା କାମେଶ୍ଵର ଶିବ ମନ୍ଦିରରୁ ଦାନ ବାକ୍ସ ଚୋରି ।
୭ . ସ୍ତ୍ରୀର ଗଳାକାଟି ହତ୍ୟା ଉଦ୍ୟମ ପରେ ସ୍ୱାମୀର ଆତ୍ମହତ୍ୟା ।ଏହି ଅଭାବନୀୟ ଘଟଣା ଘଟିଛି ତେଇଶିପୁର ପଞ୍ଜାୟତ ନିର୍ମଳା ଗାଁରେ ।
୮ . ମୟୁରଭଞ୍ଜରେ ସାପ୍ତାହିକ ହାଟରୁ ଫେରୁଥିବା ବେଳେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।
୯ . କମିଶନରେଟ ପୋଲିସର ଏନକାଉଣ୍ଟରରେ ଜଗତସିଂହପୁର ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସ ଗୁରୁତର, SCB ମେଡିକାଲରେ ଭର୍ତ୍ତି ।
୧୦ . ମାଲକାନଗିରି ଜିଲ୍ଲାରେ ଆଇପିଏଲ ବେଟିଂରେ ଚଢ଼ାଉ, ୩ ବୁକି ଗିରଫ ।

ଅନ୍ୟମାନଙ୍କୁ ଜଣାନ୍ତୁ।