You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୩୬୫ କରୋନା ପଜିଟିଭ ଚିହ୍ନଟ, ୩ ମୃତ ।
୨. ୧୦ ଦଫା ଦାବିରେ ଆଜି ଭୁବନେଶ୍ୱରରେ ବିଶାଳ ରାଲି କରୁଛି ଓଡିଶା ଡ୍ରାଇଭର ମହାସଂଘ, ୩୦ ଜିଲ୍ଲାରୁ ଡ୍ରାଇଭର ସାମିଲ ।
୩. ମମିତାଙ୍କ ଝରଣୀ ସ୍ଥିତ ଗାଁ ଘରେ ପହଂଚିଲେ କେନ୍ଦ୍ରୀୟ ବିଜେପି ଟିମ, ମମିତାଙ୍କ ପରିବାର ସହ କରିବେ ଆଲୋଚନା ।
୪. ବିଜେଡିରେ ବିଧିବଦ୍ଧ ଭାବେ ମିଶିଲେ ପୂର୍ବତନ ବିଜେପି ନେତା ବିଶ୍ବରଞ୍ଜନ ମଲ୍ଲିକ ।
୫. ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ପ୍ରଭାବରେ ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମର ଧରଣର ବର୍ଷା ସମ୍ଭାବନା ।
୬. ଜଳେଶ୍ବର ଅବକାରି ବିଭାଗ ଦ୍ଵାରା ୬୦ନମ୍ବର ଜାତୀୟ ରାଜପଥ ରାଜଘାଟ ଅଞ୍ଚଳରୁ ୧୦୦୦ଲିଟର ଦେଶୀ ମଦ ସହ କାର ଜବତ, ଦୁଇ ଗିରଫ ।
୭. ମୁଣ୍ଡଳୀ ବ୍ୟାରେଜରୁ ମହାନଦୀକୁ ଯୁବକ ଡେଇଁବା ଘଟଣା, ନିଖୋଜ ଯୁବକଙ୍କ ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି ।
୮. ଜରପଡା ବନାଞ୍ଚଳ ଅନ୍ତୁଳିଆ ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକ ମୃତ ।
୯. ଯାଜପୁର ଜିଲ୍ଲା ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ବାଲିକୁଦା ଓ ବିଭିନ୍ନ ସ୍ଥାନରେ ଚଢାଉ, ୪ଟି ବେଆଇନ ଚିପ୍ସ ବୋଝେଇ ଟ୍ରକ୍ ଜବତ ।
୧୦. ଚୋରା ଚାଲାଣ ବେଳେ ଓଡ଼ିଶା ସୀମାନ୍ତ ଯଲାପୁଟ ଅଞ୍ଚଳରୁ ୫୦ କେ.ଜି ଗଞ୍ଜେଇ ଜବତ, ଜଣେ ଗିରଫ ।

ଅନ୍ୟମାନଙ୍କୁ ଜଣାନ୍ତୁ।