You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୭୭୮ କରୋନା ପଜିଟିଭ ଚିହ୍ନଟ ଏବଂ ୧୭ ମୃତ ।
୨. ନଭେମ୍ବର ୨୯ରେ ଜିଲ୍ଲା ଜଜ୍ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା । କଟକ କ୍ୟାଣ୍ଟନମେଣ୍ଟ ରୋଡ଼ କେମ୍ବ୍ରିଜ ସ୍କୁଲରେ ହେବ ପରୀକ୍ଷା । ଏନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।
୩. ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ସମ୍ବଲପୁର ଏସପି କେ. ବିଶାଳ ସିଂଙ୍କୁ ପୁରୀ ଏସପି ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ଅଖିଳେଶ୍ୱରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।
୪. ଦୁଇ ମାସ ପରେ ତେଲ ଦର ବୃଦ୍ଧି । ୮୧ ପଇସା ବଢ଼ି ୮୧.୮୧ ଟଙ୍କାକୁ ଛୁଇଁଲା ତେଲ ।
୫. କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ତାପକଣ୍ଡା ଗାଁରେ ୨୦ ଏକର ଜମିରେ ଲଗାଯାଇଥିବା ଗଞ୍ଜେଇ ଚାଷକୁ ପୁଲିସ, ଅବକାରୀ ବିଭାଗ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ମିଳିତ ଭାବେ ନଷ୍ଟ କରିଛନ୍ତି ।
୬. ହଳଦୀପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା କଣ୍ଟେନର୍, ଚାଳକ ମୃତ ।
୭. ବାଡ଼ିରେ କୁକୁଡ଼ା ପଶି ମରିବା ଘଟଣାରୁ ଗୋଷ୍ଠୀ ସଂଘର୍ଷ ଏବଂ ଜଣେ ମୃତ । ଏହି ଘଟଣା ହେଉଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଅଁରା ଗାଁର ।
୮. କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ ।
୯. ଚୌଦ୍ବାର ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଦୁଇଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦେଢ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଦୁବୁର୍ତ୍ତ ।

୧୦. ପାଣି ନ ପାଇ ଯୁବକଙ୍କ ମୃତ୍ୟୁ । ଛଟପଟ ହୋଇ ଯୁବକଙ୍କ ଜୀବନ ଚାଲି ଯାଉଥିବାବେଳେ ପାଣି ଟୋପାଏ ଦେଲେ ନାହିଁ ଉପସ୍ଥିତ ଜନତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସହରର ମୁଖ୍ୟ ରାସ୍ତାରେ।

ଅନ୍ୟମାନଙ୍କୁ ଜଣାନ୍ତୁ।