You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୧୫୫ କରୋନା ପଜିଟିଭ ଚିହ୍ନଟ ଏବଂ ଜଣେ ମୃତ ।
୨. ଖବରକାଗଜ ହକରଙ୍କୁ ୬ ହଜାର ଟଙ୍କା ସ୍ବତନ୍ତ୍ର କୋଭିଡ୍ ସହାୟତା ପ୍ରଦାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
୩. ରାଜ୍ୟରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୪ କୁ ବୃଦ୍ଧି ।
୪. ୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଅନୁଗୁଳ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ।
୫. ଭଦ୍ରକ ଟାଉନ ଥାନା ସମ୍ମୁଖରେ ଥିବା ମନ୍ଦିରରୁ ଲୁଟ୍, ତାଲା ଭାଙ୍ଗି ଠାକୁରଙ୍କର ରୂପା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ ।
୬. ହଷ୍ଟେଲରେ ବିଶୃଙ୍ଖଳିତ ଆଚରଣ କରିବା ଅଭିଯୋଗରେ ସମ୍ବଲପୁର ହଷ୍ଟେଲରୁ ବହିଷ୍କୃତ ହେଲେ ୯ ଇଞ୍ଜିନିୟରିଂ ଛାତ୍ର।
୭. ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କୁରୁମାଯୋଡି ଗାଁ ନିକଟ ଏକ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ ।
୮. ଜଗତସିଂହପୁର ଜିଲ୍ଲା ଏରସମା ଥାନା କୁଂଜକୋଠି ଅଜଗର ବେଦୀ ଗାଁରେ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ।
୯. ଝାରସୁଗୁଗୁଡା ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ପଞ୍ଚଗାଁରେ ଲୁଟ, ମୋବାଇଲ ଦୋକାନରୁ ୩୮ଟି ଫୋନ ଚୋରି କଲା ଚୋର ।
୧୦. ୪୫ଲକ୍ଷର ଗଞ୍ଜେଇ ଜବତ କଲା କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ପୋଲିସ, ୨ ଗିରଫ ।

ଅନ୍ୟମାନଙ୍କୁ ଜଣାନ୍ତୁ।