You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୨୨୧ କରୋନା ପଜିଟିଭ ଚିହ୍ନଟ ଏବଂ ୨ ମୃତ ।
୨. ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର, ସକାଳ ୮ରୁ ୧ଟା ମଧ୍ୟରେ ପିଲାଙ୍କୁ ଦିଆଯିବ ଟିକା: ପରିବାର କଲ୍ୟାଣ ନିର୍ଦେଶକ ।
୩. ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ପାଇଁ ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତି: DMET ରମାରମଣ ମହାନ୍ତି ।
୪.ପ୍ରକାଶ ପାଇଲା ପଞ୍ଚାୟତ ନିର୍ବାଚନ ଚିଠା ସଂରକ୍ଷଣ ବିଜ୍ଞପ୍ତି : ଏସସିଙ୍କ ପାଇଁ ୧୧୬୧ ସରପଞ୍ଚ ଓ ୫୪ ବ୍ଲକ ଅଧ୍ୟକ୍ଷ ଆସନ ସଂରକ୍ଷିତ ।
୫. ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ।
୬. ଗଜପତି ଏକ ପରିବା ବୋଝେଇ ଟ୍ରକ ରୁ ୬୦ ବସ୍ତା ଗଞ୍ଜେଇ ଜବତ, ୩ ଅଟକ ।
୭. ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚାନ୍ଦପୁର ନିକଟରେ ଏକ ସ୍କୁଟିକୁ ଧକ୍କା ଦେଲା ଏକ ବାଲି ବୋଝେଇ ହାଇୱା, ଯୁବକ ମୃତ ।
୮. ସୁନ୍ଦରଗଡ଼ ଜିଲ୍ଲାରେ ଏକ କପଡ଼ା ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ।
୯. ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ବିନାୟକନଗରରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ ।
୧୦. ୩୧ରୁ ରାଜ୍ୟରେ ବଢିବ ଶୀତ, ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବ ।ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।

ଅନ୍ୟମାନଙ୍କୁ ଜଣାନ୍ତୁ।