You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୫୩୪ ଜଣ କରୋନା ପଜିଟିଭ ଚିହ୍ନଟ, ୧୮ ମୃତ |
୨. ଆଜି ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁରକ୍ଷା ଦୃଷ୍ଟିରୁ ୪ ଟା ରୁ ୬ ଟା ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ |
୩. ଢେଙ୍କାନାଳ କାମାକ୍ଷାନଗରରେ ବ୍ରାହ୍ମଣୀ ନଦୀକୁ ଖସିଲା ଲୁହା ବୋଝେଇ ଟ୍ରଲର, ୨ ଚାଳକ ଗୁରୁତର |
୪. ନୂଆପଡ଼ା ଖଡ଼ିଆଳ ବ୍ଲକ ସୁନାରିସିକୁଆଁ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ଘଟଣା, ଆଜି ସକାଳେ ଗାଁ ପୋଲିଆ ନିକଟରୁ ଆହତ ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ ।
୫. ୫ ଦିନିଆ ରିମାଣ୍ଡରେ ଗଲେ ରସିକ ଡାକ୍ତର ରମେଶ ସ୍ୱାଇଁ, ତାଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ ।
୬. ଯାଜପୁର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବୁଥ୍‌ ଦଖଲ ଓ ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ଦେଲେ ଯାଜପୁର SP ରାହୁଲ ପିଆର୍‌ |
୭. ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଅନ୍ତର୍ଗଚ ଜାଗୁଳା ପଂଚାୟତରେ ରାଜନୈତିକ ହିଂସା, ୧୫ଜଣ ବ୍ୟକ୍ତି ଆହତ ଓ ୩ ଗୁରୁତର |
୮. ଜଗତସିଂହପୁର ଜିଲ୍ଲା ପଟସରା ପଂଚାୟତ ଢୋଲବନ୍ଧ ପ୍ରାଥମିତ ବିଦ୍ୟାଳୟ ବୁଥ୍ ତଥା ପଟସରା ୨ନଂ ବୁଥରୁ ଭୋଟ୍ ବାକ୍ସ ଲୁଟ ଘଟଣା, ଭୋଟ୍ ବାକ୍ସ କୁଳ ପଟସରା ୩ନଂ ବୁଥ୍ ନିକଟ ରାସ୍ତା କଡ଼ରୁ ଉଦ୍ଧାର |
୯. ଟ୍ରକ୍‌କୁ ଧକ୍କା ଦେଲା ବସ୍, ୩୦ ଶ୍ରମିକ ଆହତ, ବସ୍ ଟି ରାୟଗଡା ଜିଲ୍ଲାରୁ ତାମିଲନାଡୁକୁ ଯାଉଥିବା ସୂଚନା |
୧୦. କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ନାକଝରୀ ଗ୍ରାମ ନିକଟସ୍ଥ କୁମୁଟିଆ ନାଳ ନିକଟରେ ବାଇକକୁ ଧକ୍କା ଦେଲା ଆଉ ଏକ ବାଇକ,ଜଣେ ମୃତ ଓ ଜଣେ ଗୁରୁତର |

ଅନ୍ୟମାନଙ୍କୁ ଜଣାନ୍ତୁ।