You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୩୮୮ ଜଣ କରୋନା ପଜିଟିଭ ଚିହ୍ନଟ, ୧୫ ମୃତ
୨. ହଟିଲା କିଓସ୍କ, ଏଣିକି ବିନା କରୋନା ସାଟିର୍ଫିକେଟରେ କରିହେବ ଜଗା ଦର୍ଶନ |
୩. ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ, ଚତୁର୍ଥ ପର୍ଯ୍ୟାୟରେ ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ ଆସନ, ୧୨ଶହ ୫୪ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଓ ୧୭ ହଜାର ୮୯ଟି ଓ୍ୱାର୍ଡ ପାଇଁ ହେବ ମତଦାନ ।
୪. ଭୋଟ୍ ଗଣତି ନେଇ ନୂଆ କୋଭିଡ୍ ଗାଇଡଲାଇନ ଜାରି, ଡବଲ ଡୋଜ ଟିକା ନେଇଥିବା ବ୍ୟକ୍ତି ହିଁ ଗଣତି କେନ୍ଦ୍ରକୁ ଯାଇପାରିବେ, ଗଣତିର ୪୮ ଘଣ୍ଟା ପୂର୍ବରୁ ଦେବାକୁ ପଡିବ କୋଭିଡ ନେଗେଟିଭ ରିପୋର୍ଟ ।
୫. ଯାଜପୁର ବିଞ୍ଝାରପୁର ବ୍ଲକ୍ ବାଘଲା ପଞ୍ଚାୟତର ବାଛୋଳ ଗାଁରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ୪୨ ଜଣଙ୍କୁ ଗିରଫ କଲା ପୋଲିସ।
୬. ଜାତୀୟ ରାଜପଥ-୧୬ ପାହାଳ ନିକଟରୁ ୧ କେଜି ୨୨୭ ଗ୍ରାମର ବ୍ରାଉନସୁଗାର ଜବତ, ବ୍ରାଉନସୁଗାର ବେପାରୀ ଗିରଫ ।
୭. ନୟାଗଡ଼ ଜିଲ୍ଲା ରଣପୁର ସ୍ଥିତ ମଣିନାଗ ପାହାଡ଼ ଉପରେ ଦୁର୍ଘଟଣା, ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍, ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ |
୮. ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲେ ଗିରଫ |
୯. କାଲିମେଳା ଥାନା ଅନ୍ତର୍ଗତ ଜୋରିଗୁଡାରେ ଯୁବକ, ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି |
୧୦. ଛତ୍ରପୁର ଷ୍ଟେସନ ନିକଟରୁ ୪୦କେଜି ଗଂଜେଇ ଜବତ, ଜଣେ ଗିରଫ |

ଅନ୍ୟମାନଙ୍କୁ ଜଣାନ୍ତୁ।