You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୮୩ କରୋନା ଆକ୍ରାନ୍ତ ଚିହ୍ନଟ, ତିନି ମୃତ |
୨. ଆଜି ଅପରାହ୍ନ ୫ଟାରେ ବସିବ ଛତିଶା ନିଯୋଗ ବୈଠକ, ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଏବଂ ରବିବାର ଦିନ ଶ୍ରୀମନ୍ଦିର ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି |
୩. ଏପ୍ରିଲ୍‌ ୨୬ରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା, ସେହିପରି ଏପ୍ରିଲ୍‌ ୨୬ରୁ ଜୁନ୍‌ ୧୫ ଯାଏ ଦ୍ୱାଦଶ ଶ୍ରେଣୀ ପରୀକ୍ଷା, ସିବିଏସଇ ପକ୍ଷରୁ ଘୋଷଣା ।
୪. ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ୭ ସାତ ଜଣ ପୋଲିସ କର୍ମଚାରୀଙ୍କ ସମେତ ୨୨ ଲୋକେ ଆହତ |
୫. ଆସନ୍ତା ୧୪ ତାରିଖରୁ ଆହୁରି ବଢିବ ଖରା, ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁବ ପାରଦ, ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା |
୬. ନୟାଗଡ଼ ଖଣ୍ଡପଡା ଥାନା ବଦଶା ଗାଁରେ ହିଂସା କାଣ୍ଡ, ବୋମା ମାଡ଼ରେ ଜଣେ ମୃତ, ଦୁଇ ଆହତ ।
୭. ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରୁ ଜଣେ ବେପାରୀଙ୍କ ବାଇକରୁ ୫ ଲକ୍ଷ ଲୁଟି ନେଲେ ଦୁର୍ବୁତ୍ତ, ପୋଲିସର ତଦନ୍ତ ଜାରି |
୮. ଢେଙ୍କାନାଳ ସଦର ବନାଞ୍ଚଳରେ ଏକ ଆହତ ଦନ୍ତା ହାତୀ ଆକ୍ରମଣରେ ଗୁରୁତର ବନକର୍ମଚାରୀ ବିଶ୍ଵରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ |
୯. ସମ୍ବଲପୁର ସହର ସର୍ଲାକାନି ଛକରେ ଟ୍ରକ ଧକ୍କାରେ ବରିଷ୍ଠ ଆଇନଜୀବୀଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା |
୧୦. ରଣପୁରରେ ଚଢ଼ଉ କରି ୨୫ ଲିଟର ମଦ ଜବତ କଲା ଅବକାରୀ ବିଭାଗ, ୨ ମଦ ବେପାରୀ ଗିରଫ |

ଅନ୍ୟମାନଙ୍କୁ ଜଣାନ୍ତୁ।