You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୬୮ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ |
୨. ପୌର ନିର୍ବାଚନ ପାଇଁ ଆଜି ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି, ଏନ୍ଏସି ଓ ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା |
୩. ସମ୍ବଲପୁର କୁଚିଣ୍ଡା ଜମନକିରା ଥାନା ରେଙ୍ଗୁମୁଣ୍ଡା ୟୁପି ସ୍କୁଲରୁ ମିଳିଲା ଦେଶୀ ବନ୍ଧୁକ, ସ୍କୁଲର ଏକ ଶ୍ରେଣୀ ଗୃହରୁ ଏହି ବନ୍ଧୁକ ଠାବ ।
୪. ମାଲକାନଗିରି ଜିଲ୍ଲା ସୀମାନ୍ତ ନାରାୟଣପୁରର ସୋନପୁର ଅଞ୍ଚଳରେ ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ ବିସ୍ପୋରଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ |
୫. ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ. ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ |
୬. ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ (ନାଇଜର) କ୍ୟାମ୍ପସର ଏକ ଛାତରୁ ପଡ଼ି ଜଣେ ଛାତ୍ରୀ ମୃତ।
୭. ଢେଙ୍କାନାଳ ଟାଉନ ଥାନା ଜବାହରଚୌକ ନିକଟରେ ଏକ ପୁରୁଣା କୋଠା କାମ ଚାଲିଥିବା ବେଳେ ଅଘଟଣ । କାନ୍ଥ ଭୁଷୁଡି ଜଣେ ମୃତ, ଦୁଇ ଆହତ, ଚିକିତ୍ସାଳୟରେ ଭର୍ତ୍ତି|
୮. ଜଗତସିଂହପୁର ଜିଲ୍ଲା ପଲ୍ଲୀ ପଞ୍ଚାୟତ ହାବେଳି ଗାଁରେ ବାରମ୍ବାର ପୁଲିସର ଗିରଫ ଧମକ ଭୟରେ ବେକରେ ଦଉଡି ଲଗାଇ ଝୁଲିପଡିଲେ ନାବାଳିକା ।
୯. ଅନୁଗୁଳ ଜିଲ୍ଲା ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥ କଲଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବାଇକକୁ ପିଟିଲା ଟ୍ରକ, ଘଟଣାସ୍ଥଳରେ ବାପ-ଝିଅ ମୃତ |
୧୦. ଆଗକୁ ବଢିବ ତାପମାତ୍ରା, ୩ରୁ ୪ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା । ଆସନ୍ତା ୧୬ ଓ ୧୭ ତାରିଖରେ ରାଜ୍ୟର ୬ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା, ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା |

ଅନ୍ୟମାନଙ୍କୁ ଜଣାନ୍ତୁ।