You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ ।
୨. ଭୁବନେଶ୍ବର ଆଦିବାସୀ ପଡିଆରେ ଆଦିବାସୀ ମେଳା-୨୦୨୧ ଭର୍ଚୁଆଲ୍ ମାଧ୍ୟମରେ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୩. ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଉନ୍ମୋଚନ ହେଲା “ପରୀକ୍ଷା ଦର୍ପଣ” ପୁସ୍ତକ । ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
୪. ଏପର୍ଯ୍ୟନ୍ତ ରାଜ୍ୟରେ ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି ।ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
୫. ଯାଜପୁର କୁଆଖିଆ ମୂଳାପାଳ ଛକ ନିକଟ ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ଼, ତଦନ୍ତ ଜାରି ।

୬. ମହିଳାଙ୍କୁ ପ୍ରେମ କରି ପ୍ରତାରଣା ଅଭିଯୋଗରେ ଟାଙ୍ଗି ଥାନା ଭୂଷଣ୍ଡପୁର ଫାଣ୍ଡିର ଏସ୍ଆଇ ଭାଗୀରଥି ଦାସ ଗିରଫ; ଗିରଫ ପରେ ଜେଲ୍ ଗଲେ ଏସ୍ଆଇ, ଚାକିରିରୁ ମଧ୍ୟ ସସ୍ପେଣ୍ଡ୍ ।
୭. ଦେହରେ ପୋକ ହୋଇଯିବା ପରେ ବଞ୍ଚି ଥାଉ ଥାଉ ଗାଁ ଲୋକଙ୍କ ଚାପରେ ଏକ ୯ ବର୍ଷ ପୁଅକୁ ଶୁଦ୍ଧି ହେଲେ ବାପା ସମେତ ପରିବାର ଲୋକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗାଁରେ ।
୮. କଳାହାଣ୍ଡି ଭବାନୀପାଟଣାର ବରିଷ୍ଠ ନାଗରିକଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କାର ସାଇବର ଲୁଟ୍ କରିଥିବା ସାଇବର ଲୁଟେରାଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରିଛି କଳାହାଣ୍ଡି ପୋଲିସ୍ ।
୯. କଟକ କଲେଜଛକରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ । କଲେଜ ଛକ, ସି.ଡି.ଏ ମାର୍କେଟ କମ୍ପ୍ଲେକ୍ସ ଠାରୁ ମାଲଗୋଦାମ ଥାନା ପର୍ୟ୍ୟନ୍ତ ମହାନଗର ନିଗର ଏବଂ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡର ମିଳିତ ଚଢ଼ାଉରେ ଉଚ୍ଛେଦ ପ୍ରକ୍ରିୟା ଜାରି ।
୧୦. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ , ଅଫିସ ସହ ୩ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ ।

ଅନ୍ୟମାନଙ୍କୁ ଜଣାନ୍ତୁ।