You are currently viewing ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୫/୧୧, ଆଜି ବିଧାନ ସଭାର ଦ୍ୱିତୀୟ ଅଧିବେଶନ ବସିବାକୁଥିବାବେଳେ ଶାସକ ଓ ବିରୋଧୀଙ୍କ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଯାହା ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କଲେ ବାଚସ୍ପତି । ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ମଧ୍ୟରେ ହୋହଲ୍ଲା । ବିଧାନସଭା ଭିତରେ ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ଆସି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଚାଷୀ ପ୍ରସଙ୍ଗରେ ବିଧାନସଭାରେ ଜୋରଦାର ହୋହଲ୍ଲା ଦେଖିବାକୁ ମିଳିିଥିଲ । ପ୍ରଥମେ ୧୧ଟା ୩୦ ଯାଏଁ ଗୃହ ଅଚଳ ରହିଥିବା ବେଳେ ପୁଣି ଶାସକ ଓ ବିରୋଧୀ ହଙ୍ଗାମା କରିଥିଲେ  । ଫସଲ ବୀମା, ଇନପୁଟ୍ ସବସିଡି, ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଅଧିବେଶନର ଦ୍ୱିତୀୟ ଦିନରେ ଜୋରଦାର ହୋହଲ୍ଲା କରିଥିଲେ । କଂଗ୍ରେସ ଓ ବିଜେପି  ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାନସଭା ବାହାରେ ଏମଏସପି ପ୍ରସଙ୍ଗ ନେଇ ବିକ୍ଷୋଭ କରିଛି । ତେଣୁ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।