You are currently viewing ଆଜିଠୁ ଆରମ୍ଭ ହୋଇଛି MRFT-2023 ପାଇଁ ଆବେଦନ 

ଆଜିଠୁ ଆରମ୍ଭ ହୋଇଛି MRFT-2023 ପାଇଁ ଆବେଦନ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫୋଲୋସିପ୍‌ ଟେଷ୍ଟ (ଏମ୍‌ଆର୍‌ଏଫ୍‌ଟି-୨୦୨୩) ପାଇଁ ଅନ୍‌ଲାଇନ୍‌ ଆବେଦନ । ଏହି ଆବେଦନ ଆଜିଠୁ ଆରମ୍ଭ ହୋଇ ଚଳିତମାସ ୩୦ ତାରିଖ ପର୍ୟ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ ସାମ୍‌ସ ୱେବ୍‌ସାଇଟ୍‌ www. samsodisha.gov.in ରେ ଏନେଇ ଆବେଦନ କରିପାରିବେ। ତେବେ ଜାନୁଆରୀ ୩ ଓ ୪ ତାରିଖରେ ଫର୍ମ ସଂଶୋଧନ କରିବାର ସୁଯୋଗ ମିଳିବ। ଆବେଦନକାରୀଙ୍କ ପରୀକ୍ଷା ହଲ୍‌ ଟିକେଟ୍‌ ପରୀକ୍ଷାର ୧୦ ଦିନ ପୂର୍ବରୁ ଏସ୍‌ଏସ୍‌ବି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଥାଉ କି, ଏହି ପରୀକ୍ଷାରେ ୧୦୦ ମାର୍କର ପ୍ରଶ୍ନ ଆସିବ। ଇଂରାଜୀ, ଓଡ଼ିଆ ଓ ଉର୍ଦ୍ଦୁ ଭାଷାରେ ପ୍ରଶ୍ନ ଆସିବ। ପ୍ରଥମ ପାର୍ଟରେ ୨୦ ମାର୍କ ଏବଂ ଦ୍ୱିତୀୟ ପାର୍ଟରେ ୭୦ ମାର୍କର ପ୍ରଶ୍ନ ଆସିବ। ନିୟମ ଅନୁଯାୟୀ, ଯଦି ଆବେଦନକାରୀ ପାର୍ଟ-ଏରେ ୧୦ରୁ ଅଧିକ ମାର୍କ ରଖିଲେ ତେବେ ସେ ପାର୍ଟ-ବିରେ ମାର୍କ ସଂଯୋଗ କରାଯାଇ ଫାଇନାଲ୍‌ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରାଯିବ। ତେବେ ସବୁଠୁ ବଡ କଥା ଏହି ପରୀକ୍ଷାରେ ନେଗେଟିଭ୍‌ ମାର୍କିଂ ନାହିଁ । ସ୍ନାତକ ଓ ସ୍ନାତକୋତ୍ତରରେ ପ୍ରଥମଶ୍ରେଣୀରେ ପାସ୍‌ କରିଥିଲେ ପ୍ରବେଶିକା ପରୀକ୍ଷା ଦେବାକୁ ଅଗ୍ରାଧିକାର ଦିଆଯିବ। 

ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷରୁ ନୂଆ ମୁଖ୍ୟମନ୍ତ୍ରୀ ଫେଲୋସିପ୍‌ ସ୍କିମ୍‌ (ସିଏମ୍‌ଆର୍‌ଆଇଏଫ୍‌ପି) ଛାତ୍ରବୃତ୍ତି ଲାଗୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।