You are currently viewing ଅର୍ଚ୍ଚନାଙ୍କ ଡବଲ୍ ରୋଲ୍

ଅର୍ଚ୍ଚନାଙ୍କ ଡବଲ୍ ରୋଲ୍

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୦/୧୨, ସାମ୍ନାକୁ ଆସିଲା ଅର୍ଚ୍ଚନାଙ୍କ ଡବଲ୍ ରୋଲ୍ । ଜେରା ପୂର୍ବରୁ ଅର୍ଚ୍ଚନା କହୁଥିଲେ, ମୁହଁ ଖୋଲିଲେ ରାଜ୍ୟ ବଦଳିଯିବ, ୩୦ ମିନିଟ୍ ସମୟ ଦେଲେ ଏକ୍ସକ୍ଲ୍ୟୁସିଭ୍ ତଥ୍ୟ ଦେବେ, ପ୍ରମାଣ ସହ ଅନେକଙ୍କ ମୁଖା ଖୋଲିବେ । ହେଲେ ଏବେ ଇଡିର ଜେରାବେଳେ ସେ ଚୁପ୍ ରହୁଥିବା ସୂଚନା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାକୁ ଅର୍ଚ୍ଚନା ସହଯୋଗ କରୁ ନଥିବା ସୂଚନା ମିଳିଛି । ରିମାଣ୍ଡରେ ଯିବା ପୂର୍ବରୁ ଗଣମାଧ୍ୟମ ଆଗରେ କହିଥିଲେ କମିସନରେଟ୍ ପୋଲିସ୍ ତାଙ୍କ ମୁହଁ ବନ୍ଦ କରି ଦେଉଛନ୍ତି, ଆଉ ଜାତୀୟ ତଦନ୍ତକାରୀ ଦଳକୁ ସେ ସ୍ୱାଗତ କରୁଛନ୍ତି । ହେଲେ ଏବେ ଅର୍ଚ୍ଚନାଙ୍କ ଡବଲ୍ ରୋଲ୍ ଦେଖିବାକୁ ମିଳିଛି । ଇଡିରେ ହାଜର ହେବା ଆଗରୁ ଯେଉଁ ବିସ୍ଫୋରକ ବୟାନ ଦେଇଥିଲେ, ଜେରାବେଳେ କିନ୍ତୁ ସେପରି କିଛି ତଥ୍ୟ ଦେଉନାହାଁନ୍ତି ଅର୍ଚ୍ଚନା । ଇଡିକୁ ଦ୍ୱନ୍ଦରେ ପକାଉଛନ୍ତି ବ୍ଲାକମେଲ କୁଇନ୍ । ୭ ଦିନ ରିମାଣ୍ଡ ଅବଧି ଭିତରୁ ୪ ଦିନ ବିତି ସାରିଲାଣି । ଆଉ ଆଜି ପଂଚମ ଦିନ । ଆଉ ଇଡିକୁ ଅର୍ଚ୍ଚନା ଆଦୌ ସହଯୋଗ କରୁ ନଥିବା ଇଡି କହିଛି । ଅର୍ଚ୍ଚନାଙ୍କ ଏଭଳି ୟୁ ଟର୍ଣ୍ଣ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।