You are currently viewing କୋର୍ଟ ବାହାରେ ଗର୍ଜିଲେ ଅର୍ଚ୍ଚନା

କୋର୍ଟ ବାହାରେ ଗର୍ଜିଲେ ଅର୍ଚ୍ଚନା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୫.୧୨.୨୨) : ଅର୍ଚ୍ଚନା ଆଜି କୋର୍ଟରେ ହାଜର ହେବାପରେ କୋର୍ଟ ଭିତରେ କାନ୍ଦିଥିଲେ । କହିଲେ ମୋ କଥା ୨ ମାସ ହେବ କେହି ଶୁଣୁ ନାହାନ୍ତି । ଯାହା କହିବା କଥା ଓକିଲଙ୍କ ମାଧ୍ୟରେ କୁହାଯାଉ । କୋର୍ଟରୁ ବାହାରି ଅହୁରି କହିଛନ୍ତି ମୋ ଘର ସିସିଟିଭି ସହ ବାଲିଅନ୍ତା ଥାନାର ସିସିଟିଭି ଫୁଟେଜ୍ ଚେକ କରାଯାଉ । ମତେ କ’ଣ ପାଇଁ ୬ ଦିନ ବାଲିଅନ୍ତା ଥାନାରେ ରଖା ଯାଇଥିଲା । ସିସିଟିଭି ଚେକ କରିବା ଫଳରେ ସବୁ ତଥ୍ୟ ମିଳିବ ବୋଲି କହିଛନ୍ତି ଅର୍ଚ୍ଚନା । ଏହା ଛଡା ସେ କହିଛନ୍ତି ଏହି ଘଟଣାରେ ଶ୍ରଦ୍ଧାଞ୍ଜଳି କାହିଁକି ଫେରାର ।  ଆର୍ଥିକ କାରବାର ନେଇ ଇଡିର ଆବେଦନ ଆଧାରରେ ସୋମବାର ଦିନ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା । କଡ଼ା ସୁରକ୍ଷା ମଧ୍ୟରେ ଝାରପଡ଼ା ଜେଲ୍‌ରୁ ନେଇ କୋର୍ଟରେ ହାଜର କରାଯାଇଥିଲା । ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଅନ୍ୟମାନଙ୍କୁ ଜଣାନ୍ତୁ।