You are currently viewing ବଜ୍ରକାପ୍ତା ଡିଲ୍ ବେଳେ ୧୫ ବେପାରୀ ଗିରଫ

ବଜ୍ରକାପ୍ତା ଡିଲ୍ ବେଳେ ୧୫ ବେପାରୀ ଗିରଫ

କରଞ୍ଜିଆ(ଏଏନଏସ) ୧୯.୧୧.୨୦୨୧, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଗୋଲେଇ ବାଇପାସ ନିକଟରେ ଥିବା ଏକ ବାଇକ ସୋ ରୁମରେ ବଜ୍ରକାପ୍ତା ବେପାର ଚାଲିଥିବା ବେଳେ ସେଠାରେ ଚଢଉ କରି ପର୍ଦ୍ଦାଫାସ କଲା ପୋଲିସ । ଘଟଣାରେ ସଂପୃକ୍ତ ୧୫ ଜଣ ଆନ୍ତରାଜ୍ୟ ବେପାରୀଙ୍କୁ ଗିରଫ କରିଛି ପୋଲିସ ।ଏହି କାରବାର ପଛରେ ଏକ ଆନ୍ତରାଜ୍ୟ ଗ୍ୟାଙ୍ଗ କାମ କରୁଥିବା ନେଇ ଅନୁମାନ କରୁଛି ବନବିଭାଗ। ତେବେ ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ଅଟକ ଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୮ଜଣ କେନ୍ଦୁଝର, ଜଣେ ଯାଜପୁର, ୩ଜଣ ପଡୋଶୀ ଝାଡ଼ଖଣ୍ଡର ରାଜ୍ୟର ହୋଇଥିବା ବେଳେ ବାକି ତିନି ଜଣ ସ୍ଥାନୀୟ କରଂଜିଆର ରହିଥିବା ଜଣାପଡିଛି। ତେବେ ଏନେଇ ବନବିଭାଗ ପକ୍ଷରୁ କରଂଜିଆ ଏସିଏଫ ସୂଚନା ଦେଇଛନ୍ତି। ତେବେ ଘଟଣାର ଜୋରଦାର ତଦନ୍ତ ଚଳାଇଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।