You are currently viewing ଗିରଫ ହେଲେ କୋଟିପତି ସେକ୍ସନ ଅଫିସର

ଗିରଫ ହେଲେ କୋଟିପତି ସେକ୍ସନ ଅଫିସର

ସୁବର୍ଣ୍ଣପୁର(ଏଏନଏସ) ୧୯.୧୧.୨୦୨୧, ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ସେକ୍ସନ ଅଫିସର ରମେଶ ପ୍ରସାଦ ନାଗ ଗିରଫ ହୋଇଛନ୍ତି । ଗତକାଲି ରମେଶଙ୍କ ରମେଶଙ୍କ ଘର ଓ ଅଫିସରେ ଭିଜିଲାନ୍ସ ରେଡ କରିଥିଲା । ରେଡ ପରେ ତାଙ୍କର ବଲାଙ୍ଗୀରରେ ୨ଟି କୋଠା ରହିଥିବା ଜଣାପଡ଼ିଛି । ବଲାଙ୍ଗୀରରେ ୩ଟି ପ୍ଲଟ ଥିବା ବେଳେ ସୋନପୁରରେ  ଗୋଟିଏ ପ୍ଲଟ ରହିଛି । ଏହା ସହ ନିକଟରୁ ପାଖାପାଖି ୧କୋଟି ୩ଲକ୍ଷ ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠାବ ହୋଇଛି । ଚଢାଉରେ ୨ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର ସାମିଲ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।