arabinda

ଶଙ୍ଖ ଧରିଲେ ଅରବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ହେଲେ ସାମିଲ

ଏଏନଏସ: ବିଜେଡିରେ ମିଶିଲେ ଅରବିନ୍ଦ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଅରବିନ୍ଦ କେଉଁ ଦଳକୁ ଯିବେ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ସେହିଭଳି ଏହା ପୂର୍ବରୁ ଦିବଙ୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଅଂଶୁମାନ ଓ ଅରବିନ୍ଦଙ୍କୁ ଦଳରେ ମିଶାଇ ବିଜେଡି କେନ୍ଦ୍ରାପଡାରେ ନିଜକୁ ଆହୁରି ଶକ୍ତିଶାଳୀ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।