You are currently viewing କାଲିଠାରୁ  ଆରମ୍ଭ ହେବ ବାତ୍ୟା’ଆସାନୀର ପ୍ରଭାବ

କାଲିଠାରୁ ଆରମ୍ଭ ହେବ ବାତ୍ୟା’ଆସାନୀର ପ୍ରଭାବ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୯/୦୫, ବାତ୍ୟା ‘ଆସାନୀ’ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ତେଣୁ ବାତ୍ୟାର ଗତିପଥ ଦେଖି ରାଜ୍ୟସରକାର ୪ଟି ଜିଲ୍ଲାର ୧୫ଟି ବ୍ଲକ ପାଇଁ ସତର୍କ ସୂଚନା ଜାରି କରିଛନ୍ତି । ବାତ୍ୟା ସ୍ଥଳ ଭାଗ ନଛୁଇଁଲେ ମଧ୍ୟ ପ୍ରବଳ ପବନ, ବର୍ଷା ହେବାର ଆଶଙ୍କା କରି ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବାସହ ଉପକୂଳ ୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରିକରାଯାଇଛି । ତେବେ ବର୍ଷା ପ୍ରଭାବରେ ବନ୍ୟା ଆଶଙ୍କା ନଥିବାର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

୬ଟି ଓଡ୍ରାଫ ଟିମକୁ ପୁରୀ, ଗଞ୍ଜାମ, ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ମୁତୟନ କରିବାକୁ କୁହାଯାଇଛି । ସେହିପରି ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସରକାରୀ ହସ୍ତିଟାଲକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ଅନ୍ୟପଟେ ମିଳିଥବା ସୂଚନା ଅନୁସାରେ ପୁରୀଠାର ୬୮୦ କିଲୋମିଟର ଦୂରରେ ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ‘ଆସାନୀ’ । ଓଡିଶାର ସମସ୍ତ ସାମୁଦ୍ରିକ ବନ୍ଦର ପାଇଁ ୨ନଂ ବିପଦ ସଙ୍କେତ ଜାରି କରାଯାଇଛି । କାଲିଠାରୁ ଏହାର ପ୍ରଭାବ ସମସ୍ତ ଜିଲ୍ଲା ମାନଙ୍କରେ ଦେଖାଯିବ । କାଲିଠାରୁ ଏହାର ପ୍ରଭାବ ଅଧିକ ରହିବ ବୋଲି IMD ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।