You are currently viewing ଆରମ୍ଭ  ହେଲା ,‘ଆଶିର୍ବାଦ’ ଯୋଜନା

ଆରମ୍ଭ ହେଲା ,‘ଆଶିର୍ବାଦ’ ଯୋଜନା

ଭୁବନେଶ୍ୱର-୨୦.୦୬.୨୦୨୧, ବାପା ମା’ଙ୍କୁ ହରାଇଥିବା ଅନାଥ ଶିଶୁଙ୍କ ପାଇଁ ‘ଆଶୀର୍ବାଦ’ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା ଅଧୀନରେ ଶିଶୁଙ୍କୁ ମାସକୁ ୨୫୦୦ ଟଙ୍କା ସହାୟତା ଦିଆଯିବ । ଉଭୟ ପିତା, ମାତା ବା କେବଳ ଜଣକୁ ହରାଇଥିଲେ ମଧ୍ୟ ମିଳିବ ସୁବିଧା । କେବଳ ମୁଖ୍ୟ ଉପାର୍ଜନ କାରୀ ବାପା ବା ମା ଜଣକୁ ହରାଇଥିବା ପିଲାଙ୍କୁ ମାସିକ ୧୫ ଶହ ଟଙ୍କା ଦିଆଯିବ । କୌଣସି ଶିଶୁ ଯେପରି ଏ ସୁବିଧାରୁ ବାଦ ନପଡନ୍ତି ତାକୁ ଧ୍ୟାନରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୦ ଏପ୍ରିଲ ୧ ପରେ ଅନାଥ ହୋଇଥିବା ଶିଶୁଙ୍କୁ ଏହି ସୁବିଧା ମିଳିବ । ଏହି ସୁବିଧା କେବଳ 18 ବର୍ଷ ହେବା ଯାଏ ମିଳିବ । ପିଲାଙ୍କ ଦାୟିତ୍ବ ନେଇଥିବା ଆତ୍ମୀୟ ଯୋଗ୍ୟ ହୋଇଥିଲେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଆତ୍ମୀୟଙ୍କୁ ମିଳିବ ବିଜୁପକ୍କା ଘର ।ଆତ୍ମୀୟଙ୍କ ପାଖରେ ନରହି ଶିଶୁ ସୁରକ୍ଷା ସଂସ୍ଥାରେ ରହିଲେ ମାସିକ ମିଳିବ ହଜାରେ ଟଙ୍କା । ପିଲାଙ୍କ ମାଗଣା ଯତ୍ନ ଓ ଅନ୍ୟ ଦାୟିତ୍ବ ସମ୍ପୃକ୍ତ ଅନୁଷ୍ଠାନ ବହନ କରିବ । ପିଲାଙ୍କୁ ଯଦି କେହି ପୋଷ୍ୟ ଭାବେ ଗ୍ରହଣ କରନ୍ତି ତେବେ ଆଉ ସହାୟତା ମିଳିବ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।