vigilance

ଭିଜିଲାନ୍ସ ଜାଲରେ ଏଏସ୍ଆଇ

ଏଏନ୍ଏସ୍: ଲସି ଦୋକାନରେ ଚାଲିଥିଲା ଲାଞ୍ଚ ଦିଆନିଆ । ହଠାତ୍ ଭିଜିଲାନ୍ସ ଅଧିକାରୀମାନେ ପହଞ୍ଚି ଲାଞ୍ଚୁଆ ପୁଲିସ ଅଧିକାରୀଙ୍କୁ ମାଡ଼ି ବସିଲେ । ଆଖ ପାଖରେ ଥିବା ଲୋକେ କେହି କିଛି ବୁଝିବା ଆଗରୁ ଗାଡ଼ିରେ ଉଠାଇ ପୁଲିସ ଅଧିକାରୀଙ୍କୁ ନେଇ ପଳାଇଲା ଭିଜିଲାନ୍ସ । ବୌଦ୍ଧ-ଅନୁଗୋଳ ଜିଲ୍ଲା ସୀମାନ୍ତରେ ଥିବା କିଆକଟା ଥାନାର ନବୀନ କୁମାର ଶତପଥୀ ୨୦ ହଜାର ଟଙ୍କା ଲାଞ୍ଚନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ନବୀନଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିଛି ।

ଅନୁଗୋଳ ଜିଲ୍ଲା ବେଲାଡୋଲା ଗ୍ରାମର ପଞ୍ଚାନନ ମେହେର ସୁବଳୟା ଅଞ୍ଚଳର ଜଣେ ମହାଜନଙ୍କ ପାଖରେ କାମ କରୁଥିଲେ । ସ୍ୱଳ୍ପ ପାରିଶ୍ରମିକ ମିଳୁଥିବା ଅଭିଯୋଗ କରି ତାଙ୍କ ପାଖରୁ କାମ କରିବାକୁ ମନା କରି ଦେଇଥିଲେ । ଏଥିରେ ରାଗିଯାଇ ମହାଜନ ପଞ୍ଚାନନଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଫଳରେ ପଞ୍ଚାନନ ଏବଂ ତାଙ୍କ ପରିବାର ଜୀବନ ଭୟରେ ବରଗଡ଼ରେ ରହିଥିଲେ । ଏହା ମଧ୍ୟରେ ପଞ୍ଚାନନ ଅନୁଗୋଳ ଏସ୍ପିଙ୍କୁ ଭେଟି ଘଟଣାସମ୍ପର୍କରେ ଜଣାଇବା ସହ ସୁରକ୍ଷା ମାଗିଥିଲେ ।

ପରେ ସେ କିଆକଟା ଏଏସ୍ଆଇ ନବୀନ ଶତପଥୀଙ୍କୁ ଭେଟି ଘଟଣା ସମ୍ପର୍କରେ କହିଥିଲେ । ସମସ୍ୟାର ସମାଧାନ କରିଦେବେ ବୋଲି କହିଥିଲେ । ଏଥିପାଇଁ ପଞ୍ଚାନନଙ୍କୁ ୨୦ହଜାର ଟଙ୍କା ମାଗିଥିଲେ । ପଞ୍ଚାନନ ୨୦ ହଜାର ଟଙ୍କା ଦେଇ ପାରିବେନି ବୋଲି କହିଥିଲେ । ୧୫ହଜାର ଟଙ୍କା ଦେବେ ବୋଲି କଥା ଛିଣ୍ଡିଥିଲା । ଏନେଇ ପଞ୍ଚାନନ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଲସି ଦୋକାନରେ ଟଙ୍କା ନେବାବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।