You are currently viewing ଆଜିଠୁ ଆରମ୍ଭ ହେଲା ବଜେଟ ଅଧିବେଶନ

ଆଜିଠୁ ଆରମ୍ଭ ହେଲା ବଜେଟ ଅଧିବେଶନ

ଭୁବନେଶ୍ୱର(ଏଏନଏସ)୨୫/୦୩, ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥର ବିଧାନସଭାର ବଜେଟ ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନ ଆରମ୍ଭରେ ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖୁଛନ୍ତି । ଅଭିଭାଷଣରେ ସିଡିଏସ ବିପିନ ରାୱତଙ୍କ ସମେତ ସମସ୍ତ ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ମହାମହିମ ରାଜ୍ୟପାଳ । ଏହା ସହ କରୋନା କାଳରେ ଲଢ଼ିଥିବା ସମସ୍ତ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆସନ୍ତା ୨୫, ୨୬ ଓ ୨୮ ରେ ବିସ୍ତୃତ ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଆଗତ କରିବେ । ୩୧ ତାରିଖରେ ବଜେଟ ପାରିତ ପାଇଁ ଆସିବ ବ୍ୟୟ ମଞ୍ଜୁରୀ ବିଲ୍ ।
ଅଧିବେଶନ ପୂର୍ବରୁ ଗୃହରେ କରୋନାକୁ ବିଶେଷ ଧ୍ୟାନରେ ରଖାଯାଇଛି । ବାଚସ୍ପତିଙ୍କଠୁ ଆରମ୍ଭ କରି ସମସ୍ତ ସଦସ୍ୟଙ୍କ କୋଭିଡ୍ ପରୀକ୍ଷା କରାଯାଇଛି। ତେବେ ଅଧିବେଶନରେ ଏକାଧିକ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହେଉଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।