You are currently viewing ଦୁର୍ଗା ମନ୍ଦିରରୁ ଚୋରି ଘଟଣାର ପ୍ରତିବାଦରେ ୬ ଘଣ୍ଟିଆ ଅତାବିରା ବନ୍ଦ

ଦୁର୍ଗା ମନ୍ଦିରରୁ ଚୋରି ଘଟଣାର ପ୍ରତିବାଦରେ ୬ ଘଣ୍ଟିଆ ଅତାବିରା ବନ୍ଦ

  • Post category:ଓଡିଶା
  • Reading time:1 mins read

ବରଗଡ଼ (ଏଏନଏସ)୦୯/୧୧:   ବରଗଡ ଜିଲ୍ଲା ଅତାବିରା ଦୁର୍ଗା ମନ୍ଦିରରେ ଚୋରି ହେବା ଘଟଣାକୁ ଦୁଇ ମାସ ପୂରଣ ହେଲାଣି । ଅଭିଯୁକ୍ତ ଧରା ନପଡ଼ିବା ଏବଂ ଚୋରି ସାମଗ୍ରୀ ନ ମିଳିବା ପ୍ରତିବାଦରେ ଦୁର୍ଗା ମନ୍ଦିର ପରିଚାଳନା କମିଟି ପକ୍ଷରୁ ୬ ଘଣ୍ଟିଆ ଅତାବିରା ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ଟାରୁ ୧୨ଟା ଯାଏଁ ବନ୍ଦ ପାଳନ କରାଯିବା ସହିତ ଥାନା ଘେରାଉ କରାଯାଇଛି।  ସୂଚନା ଅନୁଯାୟୀ ସମ୍ବଲପୁର ଜାତୀୟ ରାଜପଥକଡ଼ରେ ଥିବା ଦୁର୍ଗା ମନ୍ଦିରରେ ଗତ ସେପ୍ଟେମ୍ବର ୯ ତାରିଖ ରାତିରେଏକ ବଡ଼ ଧରଣର ଚୋରି ହୋଇଥିଲା।

ଦୁର୍ଗାମନ୍ଦିରରେ ଦେବୀଙ୍କ ମକୁଟ, ମଥାମଣି, ୪ଟିଛତର ସମେତ ଦାନବାକ୍ସ ଫଟାଇ ଟଙ୍କା ଓ ଦେବୀଙ୍କ ସୁନାରୁପାର ଅଳଙ୍କାର ଚୋରି ହୋଇଥିଲା। ଏନେଇ ବାରମ୍ବାର ଅଭିଯୋଗ ସତ୍ୱେ ଆଜି ପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହିଛି । ଅଭିଯୁକ୍ତ ଧରା ନପଡ଼ିବା ଏବଂ ଚୋରି ସାମଗ୍ରୀ ନ ମିଳିବା ପ୍ରତିବାଦରେ ଦୁର୍ଗା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ପୋଲିସ ଉପରେ ଭରସା ତୁଟିବାରେ ଲାଗିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।