You are currently viewing ବଜାରରୁ ଫେରିବାବେଳେ ଆକ୍ରମଣ

ବଜାରରୁ ଫେରିବାବେଳେ ଆକ୍ରମଣ

  • Post category:ଓଡିଶା
  • Reading time:1 mins read

ଭଦ୍ରକ(ଏଏନଏସ) ୨୫/୦୪, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ହୋଇଛି ଏକ ସଂଘବଦ୍ଧ ଆକ୍ରମଣ । ଏଥିରେ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି। ନମକଣା ଗ୍ରାମର ପିତାମ୍ବର ଜେନା ଗତକାଲି ରାତି ସମୟରେ ମଞ୍ଜୁରୀରୋଡ଼ ବଜାରରୁ ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ନମକଣା କେନାଲ ରାସ୍ତାରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମଞ୍ଜୁରୀରୋଡ଼ ଫାଣ୍ଡି ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଦୁର୍ବୃତ୍ତ ମାନେ ପିତାମ୍ବରଙ୍କ ଗୋଡ, ହାତ ଓ ମୁଣ୍ଡକୁ ହାଣିଥିବା ଜଣାପଡିଛି ।ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।