You are currently viewing ଆଜି ପୁଣି ବିଧାନସଭା ନିକଟରେ ଆତ୍ମହତ୍ୟା ଉଦ୍ୟମ

ଆଜି ପୁଣି ବିଧାନସଭା ନିକଟରେ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ନୟାଗଡ଼ର ପରୀ ଘଟଣା ହେଉ କିମ୍ବା ଆଠଗଡ଼ର ଚାଷୀ ଋଣକୁ ନେଇ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ ଲୋକ ଲୋଚନରୁ ହଟି ନଥିବାବେଳେ, ଆଜି ପୁଣି ଏକ ଅଭାବନୀୟ ଘଟଣା ଘଟିଛି ବିଧାନସଭା ନିକଟରେ । ବିଧାନସଭା ପଛପଟ ଗେଟ୍ ନିକଟରେ ଆତ୍ମହତ୍ୟା ଉଦ୍ୟମ କରୁଥିବା କୁଜଙ୍ଗ ଅଞ୍ଚଳର ମା’ ଓ ପୁଅଙ୍କୁ ନିଜ ହେପାଜତକୁ ନେଇଛି ପୋଲିସ । ପୁଅ ହତ୍ୟା ମାମଲାରେ ନ୍ୟାୟ ନମିଳିବାରୁ ସୁଲଚନା ଦାଶ ଓ ପୁଅ ସୁବ୍ରତ ଦାଶ ଏହି ଆତ୍ମହତ୍ୟା ଉଦ୍ୟମ କରୁଥିବାର ଜଣାପଡ଼ିଛି । ସୁଲଚନାଙ୍କ କହିବା ମୂତାବକ, ବର୍ଷେ ତଳେ ପୁଅ ଅମୃତ ଦାଶଙ୍କୁ ହତ୍ୟା କରାଯାଇଥିବାବେଳେ, ତାଙ୍କୁ ନ୍ୟାୟ ମିଳିଲା ନାହିଁ । ଏଠି ପ୍ରଶ୍ନଉଠେ ବାରମ୍ବାର ବିଧାନସଭା ସମ୍ମୁଖରେ ଏଭଳି ଘଟୁଥିବାବେଳେ, ସେଠାରେ ନିୟୋଜିତ ଥିବା ସୁରକ୍ଷା ବଳୟ ଓ ଗୁଇନ୍ଦା ବିଭାଗ କିଭଳି ଏହାର ଟେର ପାଉନାହାଁନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।