You are currently viewing ଅଟୋ ମହାସଂଘର ଜୋନ କମିଟି ଘଠନ

ଅଟୋ ମହାସଂଘର ଜୋନ କମିଟି ଘଠନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୭/୦୧: ଖୋର୍ଦ୍ଧା,ଭୁବନେଶ୍ୱର ଅଟୋ ମହାସଂଘର ଜୋନ କମିଟି ଘଠନ ଇତି ମଧ୍ୟରେ ଶେଷ ହୋଇଛି । ମହାସଂଘର ସଭାପତି ତଥା ବିଜୁ ଜନତା ଦଳର ବରିଷ୍ଠ ଶ୍ରମିକ ନେତା ନବକିଶୋର ମହାନ୍ତିଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ଏକ ବୈଠକରେ  ଜୋନ କମିଟି ଘଠନ ହୋଇଥିବା ଜଣାପଡିଛି ।

ରସୁଲଗଡ୍ ଠାରୁ ନଖରା ପର୍ଯ୍ୟନ୍ତ  ଏହି ଜୋନ୍ ‘କ’ ନାମରେ ପରିଚିତ ହୋଇଛି । ସଂପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ପାଣ୍ଡେରା ସାଇ ମନ୍ଦିର  ନିକଟରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଅଟୋ  ମହାସଂଘର ସଭାପତି  ନବକିଶୋର ମହାନ୍ତିଙ୍କ ନିକଟରେ  ଅଟୋ ଚାଳକ ଓ କର୍ମ କର୍ତ୍ତା ମାନେ  ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।

 ଅଟୋ ଚାଳକ ମାନଙ୍କ ପାଇଁ  ବିଭିନ୍ନ ଛକରେ  ଅଟୋ ଷ୍ଟାଣ୍ଡ ଓ ଅସାମାଜିକ  ଯୁବକ ମାନଙ୍କ ଦୌରାତ୍ମରୁ  ଅଟୋ ଚାଳକମାନଙ୍କୁ ସୁରକ୍ଷା ଦେବା ସହ  ,ସାମଜିକ ସ୍ୱିକୃତି ଓ ବିଭିନ୍ନ ପ୍ରକାର ମିଳୁଥିବା ସରକାରୀ ପ୍ରୋତ୍ସାହନ ସେମାନଙ୍କ ପ୍ରତି ସରକାର ଲାଗୁ କରିବା ପାଇଁ  ଅଟୋଚାଳକ ମାନେ ଦାବି କରିଥିଲେ ।  ସେମାନଙ୍କ ଦାବିକୁ  ସହାନୁଭୂତିର ସହ ସରକାର ବିଚାର କରିବେ ବୋଲି  ଶ୍ରମିକ ନେତା  ନବକିଶୋର ମହାନ୍ତି ସଭାରେ ଆଶ୍ୱସନା ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।