You are currently viewing କିପରି ଦୂର କରିବେ ଦାନ୍ତରୁ ହଳଦିଆପଣ

କିପରି ଦୂର କରିବେ ଦାନ୍ତରୁ ହଳଦିଆପଣ

  • Post category:ଓଡିଶା
  • Reading time:1 mins read

ବଦଳୁଥିବା ଜୀବନଶୈଳୀ ସହ ପ୍ରାୟ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହେଉଛି ହଳଦିଆ ଦାନ୍ତ । ଏଥିରୁ ମୁକ୍ତି ପାିବା ପାଇଁ ଅନେକ ପ୍ରକାରର ଉପାୟ ମାନ ମଧ୍ୟ ଅଛି । ଏହାଛଡା କିଛି ଘରୋଇ ଉପାୟ ଦ୍ୱାରା ମଧ୍ୟ ଆପଣ ଏଥିରୁ ମୁକ୍ତି ପାଇପାରିବେ ଏବଂ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ । କିଛି ଲୋକଙ୍କର ଅଭ୍ୟାସ ଥାଏ ବ୍ରସ ନକରି ଚା’ ବିସ୍କୁଟ ଖାଇଦିଅନ୍ତି । ଏପରି କରିବା ଦ୍ୱାରା ଦାନ୍ତ ସଢିବାକୁ ଲାଗିଥାଏ । ସେଥିପାଇଁ ଆପଣ ସବୁବେଳେ ଉଠିବା ପରେ ବ୍ରଶ କରିବା ନିହାତି ଆବଶ୍ୟକ ।

ଲବଙ୍ଗ ପାଉଡରରେ ଯଳହିଆ ଦାନ୍ତ ହେବ ସଫା : ଲବଙ୍ଗ ପାଉଡରରେ ହଳଦିଆ ଦାନ୍ତ ସଫା ହୋଯାଏ । ଏଥିପାଇଁ ଆପଣ ଲବଙ୍ଗ ପାଉଡରରେ ଜୈତୁନ ତେଲ ମିଶାଇ ହଳଦିଆ ଦାନ୍ତରେ ଲଗାଇବା ଦ୍ୱାରା ଦାନ୍ତ ସଫା ହୋଇଥାଏ । ଏହାଦ୍ୱାରା ପାଟିରୁ ବାହାରୁଥବବା ଦୁର୍ଗନ୍ଧ ଦୂର ହୋଇଥାଏ ।
ଲେମ୍ବୁରସ ମଧ୍ୟ ହୋଇଥାଏ ଫାଇଦାକାରୀ : କ’ଣ ଆପଣ ଜାଣନ୍ତିକି ଲେମ୍ବୁରସ ମଧ୍ୟ ଅନେକ ମାତ୍ରାରେ ପ୍ରଭାବଶାଳୀ ହୋଇଥାଏ । ଲେମ୍ବୁରସରେ ଆପଣ ସୋରିଷ ତେଲ ଏବଂ ଲୁଣ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ବ୍ରଶ କରିବା ଦ୍ୱାରା ଆପଣଙ୍କୁ ଫାଇଦା ମିଳିଥାଏ । ଏପରି କରିବା ଦ୍ୱାରା ଦାନ୍ତରୁ ହଳଦିଆପଣ ଜଲଦି ଦୂର ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।