You are currently viewing ଅଂଶୁଘାତର ସତର୍କତା ପାଇଁ ସଚେତନତା ଅଭିଯାନ

ଅଂଶୁଘାତର ସତର୍କତା ପାଇଁ ସଚେତନତା ଅଭିଯାନ

ଯାଜପୁର(ଉମେଶ ସାହୁ), ଯାଜପୁର ଜିଲ୍ଲା କୋରେଇ ବ୍ଲକ ତଳଗଡ ପଞ୍ଚାୟତ ଅନ୍ତର୍ଗତ ନଗୁଆରେ ଅବସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୁଲ୍ୟରେ ସ୍ଥାନୀୟ ଅଞ୍ଚଳରେ ଅଂଶୁଘାତ ସତର୍କତା ପାଇଁ ସଚେତନତା ଅଭିଯାନ ନଗୁଆଁ ଗ୍ରାମ ପରିକ୍ରମା କରିଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀ ମାନେ ଅଂଶୁଘାତର ନିରାକରଣ ପାଇଁ ବିଭିନ୍ନ ସ୍ଲୋଗାନ ଦେଇ , ପ୍ଲା କାର୍ଡ ଧରି , ପଥପ୍ରାନ୍ତ ନାଟକ ଓ ଗୀତ ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିକଟସ୍ଥ ବ୍ରାହ୍ମଣୀ ଦେବୀ ମନ୍ଦିର ପରିସରକୁ ଭଲଭାବରେ ସଫା କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ସନ୍ଧ୍ୟାରାଣି ରାଉତ ସମିତି ସଭ୍ୟ ଶ୍ରୀଯୁକ୍ତ ମନ୍ମଥ କୁମାର ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସହଯୋଗ ପାଇଁ ଅଧ୍ୟକ୍ଷ ଶ୍ରୀ ନବକିଶୋର ଗିରି ଅନୁଷ୍ଠାନ ର ସମସ୍ତ କର୍ମଚାରୀ , ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।