You are currently viewing ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପସିଲା ପାଣି

ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପସିଲା ପାଣି

  • Post category:ଓଡିଶା
  • Reading time:1 mins read

ଆରଡ଼ି -୨୮.୦୫.୨୦୨୧, :ବାତ୍ୟା ‘ୟାସ୍’ ପ୍ରଭାବ ଓ ପୂର୍ଣ୍ଣିମା ତିଥି ଯୋଗୁଁ ଧାମରା ନିକଟରେ ଅଶାନ୍ତ ହୋଇପଡିଥିଲା ସମୁଦ୍ର । ଫଳରେ ଉଚ୍ଚ ଜୁଆର ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ମାଡି ଯାଇଥିଲା ବିଭିନ୍ନ ଅଞ୍ଚଳକୁ । ବିଶେଷକରି ବୈତରଣୀ ନଦୀରେ ଆସିଥିବା ଲୁଣା ଜୁଆର ପାଣି ଆରଡି ପୀଠର  ବାବା ଆଖଣ୍ଡଳମଣିଙ୍କ ପୁଷ୍କରିଣୀରେ ପ୍ରବେଶ କରିବାରୁ ମନ୍ଦିର ଦକ୍ଷିଣ ଦ୍ବାର ବାସୁଆବଳଦ ନିକଟରେ ଲହଡି ଭାଙ୍ଗିଥିଲା ଲୁଣା ଜୁଆର ପାଣି ।

ଏହାସହ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲୁଣା ଜୁଆର ପାଣି ଲହଡି ମାରୁଛି । ପ୍ରଶାସନ ପକ୍ଷରୁ ମଟର ଚାଳିତ ପମ୍ପ୍ ଦ୍ବାରା ନିଷ୍କାସିତ କରାଯାଇ ନୀତିକାନ୍ତି ଚାଲିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।