You are currently viewing ଜି-୨୦ ପ୍ରସ୍ତୁତି ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଜି-୨୦ ପ୍ରସ୍ତୁତି ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ ୦୬/୧୨, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଜି-୨୦ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ । ବୈଠକରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜି ୨୦ ସମ୍ମିଳନୀ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ପ୍ରସ୍ତାବ ଲୋଡ଼ିଛନ୍ତି କେନ୍ଦ୍ର ସରକାର ।ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ସରକାର କିକି କାର୍ଯ୍ୟକ୍ରମ ପାଇଁ ଯୋଜନା କରିଛନ୍ତି ବୈଠକରେ ତାର ରୂପରେଖ ଉପସ୍ଥାପନ ହୋଇଛି । ଡିସେମ୍ବର ୧ରୁ ଭାରତକୁ ଜି ୨୦ ଅଧ୍ୟକ୍ଷତା ମିଳିଛି । ଏହି ବର୍ଷ ଦେଶର ୫୦ ସହରରେ ୨୦୦ ବୈଠକ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଜି ୨୦ ବା ଗ୍ରୁପ୍‌ ୨୦ ଏକ ଅନ୍ତର୍ଜାତୀୟ ମଞ୍ଚ । ଆମେରିକା, ରୁଷିଆ, ଚୀନ୍‌, ଫ୍ରାନ୍‌ସ, ଜର୍ମାନୀ, ବ୍ରିଟେନ୍‌ ଏବଂ ୟୁରୋପୀୟ ୟୁନିୟନ ଭଳି ୨୦ଟି ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଏହାର ସଦସ୍ୟ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।