You are currently viewing ଆଜି କଟକ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି କଟକ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

କଟକ, ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ବୃଦ୍ଧି ପାଉଛି । ରାଜ୍ୟରେ ନମ୍ବର ୱାନ କରୋନା ସଂକ୍ରମିତ ଅଞ୍ଚଳଭାବେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ଥିବାବେଳେ, ଗଲା କିଛି ଦିନ ଧରି ଖୋର୍ଦ୍ଧା ଗଞ୍ଜାମକୁ ପଛରେ ପକାଇ ଶୀର୍ଷ ସ୍ଥାନ ଗ୍ରହଣ କରିଥିଲା । କିନ୍ତୁ ଆଜି ଏହାର ବିକଳ୍ପ ଦେଖା ଦେଇଛି ।

ଖୋର୍ଦ୍ଧା କି ଗଞ୍ଜାମ ନୁହେଁ କଟକ ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ୨୯୪୯ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, କଟକରୁ ଚିହ୍ନଟ ହୋଇଛନ୍ତି ୫୮୯ଜଣ । ପ୍ରଥମଥର ପାଇଁ ଆଜି କଟକ ଜିଲ୍ଲାରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ କଟକ ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି । ନ ଡରି ସତର୍କତା ଅବଲମ୍ବନ କରି ପରିସ୍ଥିତିକୁ ସାମ୍ନା କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।