You are currently viewing ଷ୍ଟ୍ରଙ୍ଗରୁମ ବାହାରେ ପଡ଼ିଛି ବାଲାଟ ପେପର

ଷ୍ଟ୍ରଙ୍ଗରୁମ ବାହାରେ ପଡ଼ିଛି ବାଲାଟ ପେପର

କେନ୍ଦ୍ରାପଡ଼ା(ଏଏନଏସ)୨୫/୦୨, ରାଜ୍ୟରେ ଶେଷ ହୋଇଯାଇଛି ପଞ୍ଚାୟତ ନିର୍ବାଚନ । ଆସନ୍ତାକାଲିଠୁ ଭୋଟ ଗଣତି ଆରମ୍ଭ ହେବ । ନେତାଙ୍କ ଭାଗ୍ୟ ଭୋଟ ବାକ୍ସରେ ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇ ରହିଥିବା ବେଳେ ସମସ୍ତଙ୍କ ନଜର ରହିଛି ବାକ୍ସ ଉପରେ । ତେବେ ଆଜି ସକାଳୁ କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ ଆଗରେ ବାଲାଟ ପେପର ପଡିଥିବାର ଦେଖିବାକୁ ମିଳିଥିଲା । ସେଥିମଧ୍ୟରୁ କିଛି ବାଲାଟ ପେପର ଚିରା ହୋଇ ମଧ୍ୟ ପଡ଼ିଛି। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଘଟଣା ସ୍ଥଳରେ ବିଡ଼ିଓ, ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ କରୁଛନ୍ତି ।
ଏହି ଘଟଣାକୁ ନେଇ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି ଯେ, ସେଗୁଡିକ ହେଉଛି ଡମି ବାଲାଟ ପେପର । ଷ୍ଟ୍ରଙ୍ଗ ରୁମରେ ସବୁ ବାଲାଟ ପେପର ସୁରକ୍ଷିତ ରହିଛି ।
ଉକ୍ତ ବାଲାଟ ପେପର ଡୁପ୍ଲିକେଟ ବୋଲି ଉପଜିଲ୍ଲାପାଳ କହିବା ପରେ ମଧ୍ୟ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି ଉତ୍ତ୍ୟକ୍ତ ଲୋକେ। ଉକ୍ତ ଅଂଚଳରେ ଉତ୍ତେଜନା ଲାଗି ରହିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।