You are currently viewing ଲୋକଙ୍କ ଉପରେକୁ ଚଢିଗଲା ବରଗାଡି

ଲୋକଙ୍କ ଉପରେକୁ ଚଢିଗଲା ବରଗାଡି

  • Post category:ଓଡିଶା
  • Reading time:1 mins read

ବଲାଙ୍ଗିର(୧.୨.୨୩) :  ପାଟଣାଗଡରେ ବରଯାତ୍ରୀ ଗାଡି ଦୁର୍ଘଟଣାରେ ୧୧ ଗୁରୁତର । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ବାଘଝରନ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗ୍ରାମର ହୁତାଶନ ବରିହା ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ବର ବେଶରେ ବୈଦିକ ରୀତିନୀତି ଅନୁସାରେ ଗ୍ରାମ ଦେବାଦେବୀଙ୍କୁ ପୂଜାଅର୍ଚ୍ଚନା କରି ବାଜାବାଣ, ହୁଳହୁଳି ଦେଇ ହୀର୍ଲି ଗ୍ରାମର କନ୍ୟା ଘରକୁ ବାରାତ୍ ବାହାରିଥିଲେ । ଗ୍ରାମରେ ବାଜା ବାଜି ବର କନ୍ୟା ଘରକୁ ଯିବା ପାଇଁ ଗ୍ରାମ ପରିକ୍ରମା ଚାଲୁଥାଏ । ହେଲେ ବର ଯିବା ପାଇଁ ସଜବାଜ ହୋଇଥିବା କାରରେ ବସିବା ପୂର୍ବରୁ ଘଟି ଯାଇଥିଲା ଏକ ବଡ଼ ଅଘଟଣ । ବର ଯିବାକୁ ଥିବା କାରଟି ହତାଠ୍ ଲୋକଙ୍କୁ ମାଡି ଯାଇଥିଲା ଫଳରେ ୧୧ ଲୋକ ଗୁରୁତର ହୋଇ ଯାଇଥିଲେ । ଏହା ସହ ଚିକିତ୍ସାଧୀନ ଅବସ୍ଥାରେ ରାଜା ବରିହା ନାମକ ଜଣେ ବ୍ୟକ୍ତିଙ୍କୁ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମୃତ ଘୋଷଣା କରିଥିଲେ । ବାକି ଥିବା ଗୁରୁତର ଆକାଶ ବରିହା , ଗୁଡୁ ବରିହା, ଜୁନେନ୍ ବରିହା ଓ ଅନ୍ୟ ମାନଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ପାଟଣାଗଡ ଓ ବଲାଙ୍ଗୀର ମୁଖ୍ୟା ଚିକିତ୍ସାଳୟକୁ ପଠା ଯାଇଥିବା ଜଣାପଡ଼ିଛି । ଏହା ସହ ଖପ୍ରାଖୋଲ ପୋଲିସ ମୃତ ଶବକୁ ଜବତ କରି ଗାଡି ଚାଳକ ଦୁର୍ଯ୍ୟୋଧନ ନାଗଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।