You are currently viewing ବଟି ଆଦାୟକୁ କେନ୍ଦ୍ର କରି ଗୁଳିମାଡ

ବଟି ଆଦାୟକୁ କେନ୍ଦ୍ର କରି ଗୁଳିମାଡ

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୨୪/୧୦, କଟକ ଜିଲ୍ଲା ବାଙ୍କୀ ବାଁଆରା ଗାଁରେ ଗୁଳିକାଣ୍ଡ ଘଟିଛି । ବାଣ ଦୋକାନରୁ ବଟି ଆଦାୟକୁ କେନ୍ଦ୍ରକରି ଗଣ୍ଡଗୋଳ ଲାଗି ରହିଥିଲା । ଗତକାଲି ବିଳମ୍ବିତ ରାତିରେ ବଟି ଆଦାୟକୁ ୨ଜଣ ଯୁବକ ବିରୋଧ କରିବାରୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଦୁର୍ବୃତ୍ତ ବଣ୍ଟି ପାତ୍ର । ଜଣେ ବ୍ୟକ୍ତିଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ଆଉ ଜଣଙ୍କର ହାତରେ ଗୁଳି ବାଜିଛି । ଉଭୟ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ମାମଲାରେ ପୋଲିସ ୨ଜଣଙ୍କୁ ଥାନାରେ ଅଟକ ରଖିଛି ।

କମିଶନରେଟ ପୋଲିସ ଅଞ୍ଚଳରେ ବାରମ୍ବାରା ଏଭଳି ଘଟଣା ଘଟୁଥିବା ବେଳେ ପୋଲିସ ଏହାକୁ ନିୟନ୍ତ୍ରଣକୁ ଆଣିପାରୁ ନାହିଁ । ଗତ କିଛି ମାସ ତଳେ ଭୁବନେଶ୍ୱରର ସିଆରପି ଛକ ଠାରେ ଦିନବେଳା ଗୁଳିକାଣ୍ଡ ହୋଇଥିବାବେଳେ ହେଁ ପୋଲିସ ଅସାମାଜିକ ଯୁବକଙ୍କୁ ଧରିବା ପାଇଁ ନାକେଦମ ହୋଇଥିଲା ।ସେହିପରି କଟକରେ ଦୁର୍ଗାପୂଜା, ଭଷାଣି,କାଳୀପୂଜା ଓ ବିଭିନ୍ନ ଯାନିନାତ୍ରା ବେଳେ ଅସାମାଜିକ ଯୁବକ ମାନେ ସକ୍ରିୟ ହେଉଥିବା ବେଳେ ପୋଲିସ ତରଫରୁ ଘଟଣା ଘଟିବା ପୂର୍ବରୁ ଏଭଳି ପରିସ୍ଥିତି ଉପରେ ନିୟନ୍ତ୍ରଣ କରାଯାଇ ପାରୁ ନାହିଁ । ଯାହାଫଳରେକି ଉତ୍ସବ ବେଳେ କଟକ ଓ ଭୁବନେଶ୍ୱରରେ ଗୁଳିକାଣ୍ଡ ଘଟି ଅମୂଲ୍ୟ ଜୀବନ ନଷ୍ଟ ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।