You are currently viewing ଭୁବନେଶ୍ୱରରୁ ୧୫ଶହ ବ୍ୟାଟେରି ଜବତ,୬ ଗିରଫ

ଭୁବନେଶ୍ୱରରୁ ୧୫ଶହ ବ୍ୟାଟେରି ଜବତ,୬ ଗିରଫ

ଭୁବନେଶ୍ୱର-୧୯.୦୮.୨୦୨୧, ଭୁବନେଶ୍ୱରରୁ ବିପୁଳ ପରିମାଣର ବ୍ୟାଟେରି ଜବତ ସହ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରୁ ବ୍ୟାପକ ଚୋରା ବ୍ୟାଟେରି ଜବତ ହୋଇଛି ।୧୫୦୦ରୁ ଅଧିକ ବ୍ୟାଟେରି ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଘଟଣାରେ ସଂପୃକ୍ତ ଥିବା ୬ ଜଣଙ୍କୁ ପୋଲିସ ଗିରଫ କରିବା ସହ ବ୍ୟାଟେରୀ ଚାଲାଣ ହେଉଥିବା ତିନୋଟି ଟ୍ରକକୁ ଜବତ କରିଛି । ଟ୍ରକରେ ଆର୍ମି ଷ୍ଟିକର ଲଗାଇ ବ୍ୟାଟେରୀ ଗୁଡିକ ଗଞ୍ଜାମରୁ ପଶ୍ଚିମବଙ୍ଗ ଚୋରା ଚାଲାଣ କରାଯାଉଥିବା ଜଣାପଡିଛି । ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।