You are currently viewing ବାତ୍ୟା ଗୁଜବ ଠାରୁ ଦୂରେଇ ରୁହନ୍ତୁ

ବାତ୍ୟା ଗୁଜବ ଠାରୁ ଦୂରେଇ ରୁହନ୍ତୁ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୧୨/୧୦, ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନି । କୌଣସି ପାଣିପାଗ ଘଟଣା ସମ୍ବନ୍ଧରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ପାଣିପାଗ ବିଭାଗ ୨୪ ଘଣ୍ଟା କାର୍ଯ୍ୟରତ । ତେଣୁ ଗୁଜବ ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୋସିଆଲ ମିଡିଆ ଓ କିଛି ଗଣମାଧ୍ୟମ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଅନୁମାନ କରୁଥିଲେ । ଏହାପରେ ବାତ୍ୟା ଗୁଜବରୁ ଦୂରେଇ ରହିବାକୁ କହିଛି ପାଣିପାଗ ବିଭାଗ । ପୂର୍ବରୁ ଆଇଏମ୍‌ଡି ମଧ୍ୟ ସ୍ପଷ୍ଟ କରିଥିଲା, ଆଗାମୀ ୧୫ ଦିନ ଭିତରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ନାହିଁ ।

cyclone

ସେପଟେ ଆମେରିକୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସ କହିଛନ୍ତି, ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ପାଣିପାଗ ବିଶେଷଜ୍ଞଙ୍କ ମତରେ ଯେତେ ଯାଏ ଲଘୁଚାପ ସୃଷ୍ଟି ହୋଇ ନାହିଁ, ସେ ଯାଏ ବାତ୍ୟା କିମ୍ବା ତା’ର ଗତିପଥର ଆକଳନ କରି ହେବ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।