You are currently viewing ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

  • Post category:ଓଡିଶା
  • Reading time:1 mins read

ବୌଦ୍ଧ (ଏଏନଏସ)୨୨/୦୫, ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ହେବ ପାରଦ ଉପର ମୁହାଁ ହୋଇଛି । ବିଗତ କିଛି ଦିନ ହେଲା ବୌଦ୍ଧରେ ପାରଦ ୪୧ ଡିଗ୍ରୀ ଉପରେ ରହିଥିବା ବେଳେ ଗତକାଲି ୪୨.୦୬ଡିଗ୍ରୀ ତାପମାତ୍ରା ସହ ଓଡିଶା ର ଦିତୀୟ ଉତପ୍ତ ଜିଲ୍ଲା ପାଲଟିଛି ବୌଦ୍ଧ ଜିଲ୍ଲା । ଅଘୋଷିତ ବିଜୁଳି କାଟ ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏ ପର୍ଯ୍ୟନ୍ତ ଜିଲ୍ଲାର ଅନେକ ସ୍ଥାନରେ ଜଳଛତ୍ର ଖୋଳିନଥିବା ବେଳେ ପଥଚାରୀଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଆଗକୁ ଆହୁରୀ ତାତି ବଢିବାର ସମ୍ଭାବନା ରହିଛି । ଦିନ ବେଳା ପ୍ରଚଣ୍ଡ ରୌଦ୍ର ତାପ, ରାତିରେ ଅସହ୍ୟ ଗୁଳୁଗୁଳି । ଲାଗୁଛି ଯେମିତି ଭୂଇଁରୁ ନିଆଁ ବାହାରୁଛି । ଖରା ପାଇଁ ବୌଦ୍ଧ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାରେ ଧିରେ ଧିରେ ପାରଦ ୪୧ ଡିଗ୍ରୀ ଡେଇଁବାକୁ ଲାଗିଛି । ସକାଳ ୯ ଟା ହେଲେ ଘରୁ ଆଉ ବାହାରକୁ ବାହାରି ହେଉ ନାହିଁ । ଦିନ ତମାମ ଖରାର ଝାଞ୍ଜି ପବନ ର ପ୍ରକୋପ ସହିବା ପରେ ରାତିରେ ଗୁଳୁଗୁଳି ଲୋକଙ୍କୁ ଅଣନିଶ୍ୱାସୀ କରିଦେଇଛି । ଅନ୍ୟପଟେ ଖରାଦାଉରୁ ରକ୍ଷା ପାଇବା ପାଇଁ ଆଖୁ ରସ ,ଲସି,ଥଣ୍ଡା ପାଣି ଦୋକାନ ରେ ଲୋକଙ୍କର ଲାଗୁଛି ଭିଡ । ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଲୋକଙ୍କୁ ଅଧିକା କନ୍ଦାଉଛି ।ଏପଟେ ଉତପ୍ତ ସହର ପାଲଟିଛି ବୌଦ୍ଧ ଜିଲ୍ଲା । ଜିଲ୍ଲାରେ ଅସହ୍ୟ ଭାବେ ଲାଗିରହିଛି ଗ୍ରୀଷ୍ମପ୍ରଭାବ। ସେପଟେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଥି ଜିଲ୍ଲା ପ୍ରଶାସନ ପ୍ରତି ବର୍ଷ ବାଟୋଇ ଙ୍କ ପାଇଁ ଜଳ ଛାତ୍ର ଖୋଲି ଥାଏ। କିନ୍ତୁ ଚଳିତ ବର୍ଷ ହାତ ଗଣତି କିଛି ସ୍ଥାନକୁ ଛାଡି ଦେଲେ ଏ ପଯ୍ୟନ୍ତି ଅନେକ ସ୍ଥାନରେ ଜଳଛତ୍ର ଖୋଲି ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।ଗୋଟିଏ ପଟେ ଖରାର ପ୍ରକୋପ ବଢିଚାଲିଥିବା ବେଳେ ବିଲ ରେ ରହିଯାଇଥିବ ନାଡ଼ କୁ ଚାଷି ନିଆଁ ଲଗାଇ ଦେଉଛି । ଯାହାଫଳରେ ଜିଲ୍ଲାରେ ଅଧିକ ସ୍ଥାନରେ ନଡା ପୋଡି ପାଇଁ ଧାନବିଲ ରେ ଲାଗୁଥିବା ନିଆଁ ବୌଦ୍ଧ ଜିଲ୍ଲା କୁ ତତଲା କଢେଇ ସଜେଇ ଦେଇଛି । ସେଥିରେ ପୁଣି ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ହଇରାଣରେ ପକାଇଛି । ଅନେକ ସମୟରେ ଲୋ-ଭୋଲଟେଜ ରହୁଥିବାରୁ ଫ୍ୟାନ କି କୁଲର କିଛି କାମ ଦେଉ ନାହିଁ । ଅତି ଜରୁରୀ କାମରେ ବାହାରକୁ ବାହାରୁ ଥିବା ଲୋକେ ଛତା ଧରି ବାହାରୁଛନ୍ତି । ସେପଟେ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ବିପଦ ସଙ୍କେତ ଜାରି କରିଥିବା ବେଳେ ଜିଲ୍ଲାରେ ଆଗକୁ ଆହୁରି ତାପମାତ୍ରା ବଢିବ ବୋଲି କୁହାଯାଇଛି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ ବୈଠକ କରାଯାଇଥିଲା । ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଅଂଶୁଘାତ ରୋଗୀଙ୍କ ନିମନ୍ତେ ଶୀତତାପ ନିୟନ୍ତ୍ରତ ୪ଟି ବେଡ଼ ପ୍ରସ୍ତୁତ ରହିଛି । ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି ବୋଲି ବୌଦ୍ଧ ସିଡ଼ିଏମୋ କହିଛନ୍ତି । ତତଲା କଡେଇରେ ଭାଜି ହେଉଛି ସାରା ଜିଲ୍ଲା । ଖରାରୁ କେବେ ମିଳିବ ଆସ୍ୱସ୍ତି । ଚିନ୍ତାରେ ଜନସାଧାରଣ ।

ଅନ୍ୟମାନଙ୍କୁ ଜଣାନ୍ତୁ।