You are currently viewing ଅଙ୍ଗନବାଡିରେ ମହୁମାଛି ଆକ୍ରମଣ, ୧୦ ଗୁରୁତର

ଅଙ୍ଗନବାଡିରେ ମହୁମାଛି ଆକ୍ରମଣ, ୧୦ ଗୁରୁତର

  • Post category:ଓଡିଶା
  • Reading time:1 mins read

ବୌଦ୍ଧ(ଏଏନଏସ)୦୭/୦୪, ବୌଦ୍ଧ କଣ୍ଟାମାଳ ବ୍ଲକ୍ ଦବଲା ପଞ୍ଚାୟତ ବଉଳସିଂହାରେ ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ୮ ଶିଶୁଙ୍କ ସମେତ ଅଙ୍ଗନବାଡ଼ିର ୱାର୍କର ଓ ହେଲପର ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରମାନଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ କଇଣ୍ଡା ଗ୍ରାମରେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି । ମହୁମାଛି ଆକ୍ରମଣରେ ୧୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣା ପଡଇଛି । ସୂଚନା ଅନୁସାରେ, ତୁରୁମୁଙ୍ଗା ରାଜନଗର ରାସ୍ତାରେ କଇଣ୍ଡା ଗ୍ରାମର ରାସ୍ତା କଡ଼ରେ ଥିବା ଏକ ବିରାଟ ଅଶ୍ୱତ୍ଥ ଗଛରେ ୨୦ ରୁ ଉର୍ଦ୍ଧ୍ବ ମହୁଫେଣା ରହିଛି । ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।