You are currently viewing ବେକରୁ ବାହାରିଲା ଜାଭେଲିନ

ବେକରୁ ବାହାରିଲା ଜାଭେଲିନ

  • Post category:ଓଡିଶା
  • Reading time:1 mins read

ବଲାଙ୍ଗିର(ଏଏନଏସ)୧୭/୧୨, ଶେଷରେ ୨ ଘଣ୍ଟାର ଅସ୍ତ୍ରୋପଚାର ପରେ ଛାତ୍ର ବେକରୁ ବାହାରିଲା ଜାଭେଲିନ । ସେ ପଢୁଥିବା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ବଲାଙ୍ଗିର ଆଗଲପୁର ବାଳକ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ବେକରେ ଗଳିଯାଇଥିଲା ଜାଭେଲିନ । ଗୁରୁତର ଅବସ୍ତାରେ ତାଙ୍କ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ଛାତ୍ର ସଦାନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗିର ଜିଲ୍ଲାପାଳଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଥା ହୋଇଛନ୍ତି ସଚିବ ଭି କେ ପାଣ୍ଡିଆନ୍‌ । ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ । ଏହା ସହ ଆହତ ଛାତ୍ରଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।