You are currently viewing ଏପରି ଭାବେ ଆଳୁ ଖାଇଲେ ବଢିନଥାଏ ମୋଟାପଣ

ଏପରି ଭାବେ ଆଳୁ ଖାଇଲେ ବଢିନଥାଏ ମୋଟାପଣ

  • Post category:ଓଡିଶା
  • Reading time:1 mins read

ଆଳୁକୁ ସାଧାରଣତଃ ସମସ୍ତେ ଖାଦ୍ୟରେ ବ୍ୟବହାର କରନ୍ତି । କିନ୍ତୁ କେତେକ ବ୍ୟକ୍ତି ଡାଇବେଟିଜ ବଢିଯିବା ଏବଂ ମୋଟା ହୋଇଯିବା ଭୟରେ ଆଳୁ ଖାଇନଥାନ୍ତି । କିନ୍ତୁ ପଟାଟୋ ରିସର୍ଚ୍ଚ ଇନଷ୍‌ଟିଚ୍ୟୁଟର ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଆଳୁରେ କମ୍ ଫ୍ୟାଟ ଅଂଶ ଥାଏ । ଏଥିପାଇଁ ଆଳୁ ଖାଇଲେ ନା କେହି ମୋଟା ହୋଇଥାଆନ୍ତି ନା ଡାଇବେଟିସ ବଢିଥାଏ । ଆଳୁରେ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି ହେଲେ ମଧ୍ୟ ମୋଟା ହୋଇଯିବା ଭୟରେ କେହି ଏହାକୁ ବେଶୀ ମାତ୍ରାରେ ଖାଇନଥାନ୍ତି । ନିଜ ଡାଏଟରୁ ଆଳୁକୁ ବାହାର କରିଦେଇଥାଆନ୍ତି । କିନ୍ତୁ ଆସନ୍ତୁ ଆଜି ଜାଣିବା ଆପଣ ଆଳୁର ସେବନ କରି ମଧ୍ୟ କିପରି ମୋଟ ହେବାରୁ ବଞ୍ଚି ପାରିବେ ।

ଆଳୁରେ ସାଧାରଣତଃ ପୋଯାସିୟମ, କ୍ୟାଲଶିୟମ, ଲୁହା, ପସଫରସ ଭଳି ତତ୍ତ୍ୱ ଥାଏ । ଏହାଛଡା ଆଳୁରେ ଭିଟାମିନ ଏ,ବି ଓ ସି ଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ପାଚନ କ୍ରିୟାକୁ ଠିକ ରଖିବା ପାଇଁ ସିଝା ଆଳୁ ଖାିବା ନିହାତି ଆବଶ୍ୟକ । ଆଳୁ ଖାଇବା ଦ୍ୱାରା ଶରୀରକୁ ଉର୍ଜ୍ଜା ମିଳିଥାଏ । ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଆଳୁକୁ ଡାଏଟରୁ କାଢିବାର କୌଣସି ଆବଶ୍ୟକ ନାହିଁ । ଓଜନ କମାଇବା ପାଇଁ ଆଳୁକୁ ସିଝାଇ ଥଣ୍ଡାକରି ଖାଇବା ଆବଶ୍ୟକ । ଏପରି କରିବା ଦ୍ୱାରା ଭୋକ ନିୟନ୍ତ୍ରିତ ରହିଥାଏ । ଏହା ଦ୍ୱାରା ଏକ୍ସଟ୍ରା କ୍ୟାଲୋରୀ ସେବନର ଆବଶ୍ୟକତା ନଥାଏ । ସିଝା ହୋଇ ଥଣ୍ଡା ହୋଇଥିବା ଆଳୁ ଖାଇବା ଦ୍ୱାରା ମୋଟୋବେଲଜିୟମ ବଢିଥାଏ ଏବଂ ଅତିରିକ୍ତ ଚର୍ବିକୁ ହଟାଇବାରେ ସାହାର୍ଯ୍ୟ କରିଥାଏ । ପେଟ କମାଇବାକୁ ହେଲେ ଆଳୁକୁ ଚୋପା ନଛଡାଇ ଖାଆନ୍ତୁ । ଏପରି କରିବା ଦ୍ୱାରା ପେଟ କମିବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ରହିଥାଏ । ଗୋଟେଥର ୧୭୦ ଗ୍ରାମରୁ ଅଧିକ ଆଳୁ ନଖାଇବା ଉଚିତ ।

ଅନ୍ୟମାନଙ୍କୁ ଜଣାନ୍ତୁ।