You are currently viewing ବିଳମ୍ବିତ ରାତି ଯାଏଁ ପୋଲିସର  ଚଢ଼ାଉ

ବିଳମ୍ବିତ ରାତି ଯାଏଁ ପୋଲିସର ଚଢ଼ାଉ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏ ଏନ୍ ଏସ)୧୧/୦୯, ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଚାଲିଥିବା ନେଇ ରାଜଧାନୀର ବିଭିନ୍ନ ବାରରେ ଚଢାଉ କରିଛି କମିଶନରେଟ୍‌ ପୋଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା ବାର୍ । ବାର ଭିତରେ ଚାଲିଥିଲା ନାଚଗୀତର ଆସର । ପ୍ରାୟ ୧୦୦ରୁ ଅଧିକ ଗ୍ରାହକ ବିଭିନ୍ନ ବାରରେ ରହିଥିବା ପୋଲିସର ସୂଚନା । ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲି ଥିବା ବାର ଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୋଲିସର ପ୍ରସ୍ତୁତି ।

ଅନ୍ୟମାନଙ୍କୁ ଜଣାନ୍ତୁ।