You are currently viewing ଡିଏସପି ହେଲେ ବୀରେନ୍ଦ୍ର ଲାକ୍ରା

ଡିଏସପି ହେଲେ ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର(ଏଏନଏସ)୧୭.୦୨.୨୦୨୨, ଓଡ଼ିଶା ପୋଲିସର ଡିଏସପି ପଦରେ ଯୋଗ ଦେଲେ ଅଲମ୍ପିଆନ୍ ବିରେନ୍ଦ୍ର ଲାକ୍ରା ।ଏନେଇ ଟ୍ବିଟ କରି ଓଡ଼ିଶା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଟୋକିଓ ଅଲମ୍ପିକ୍ସରେ ଦେଶ ପାଇଁ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଦଳରେ ଥିଲେ ବିରେନ୍ଦ୍ର ଲାକ୍ରା । ଏହାପରେ ରାଜ୍ୟ ସରକାର ଅର୍ଥ ପୁରସ୍କାର ସହିତ ଡିଏସପି ପଦରେ ନିଯୁକ୍ତି ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ତେବେ ଆଜି ଓଡ଼ିଶା ପୋଲିସରେ ଯୋଗ ଦେଇଛନ୍ତି ବିରେନ୍ଦ୍ର ।

ଅନ୍ୟମାନଙ୍କୁ ଜଣାନ୍ତୁ।